fbpx

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ହଲିଡେ ହୋମୱାର୍କ’ଆରମ୍ଭ

Advertisement

ବାଲେଶ୍ୱର : ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା ପରେ ପାଠପଢ଼ା ପ୍ରଭାବିତ ନହେବାକୁ ଏବେ ହଲିଡେ ହୋମୱାର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛୁଟିରେ ବିଦ୍ୟାଳୟ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ କ୍ଷତି ନହେବା ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ଏହି ହଲିଡେ ହୋମୱାର୍କ ଶୁଭାରମ୍ଭ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ମଇ ପହିଲାରୁ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ମନିଟରିଂ ହେଲ୍ପ ଡେସ୍କ ଖୋଲ।।ଇଛି । ସରକାରଙ୍କ ତରଫରୁ ଏକ ହେଲ୍ପ ଡେସ୍କ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୬୮୧୦ ଜାରି କରାଯାଇଛି ।

ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ର ଛାତ୍ରୀ ଏହି ନମ୍ବର ର ସାହାଯ୍ୟ ନେଇ ସୁବିଧାରେ ପାଠ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଘରେ ଥାଇ ଟେଲିଫୋନ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଶିକ୍ଷକଙ୍କ ସହ ଯୋଗାଯୋଗ ସହ ପାଠ୍ୟ ବିଷୟରେ ଡାଉଟ କ୍ଲିୟର କରିପାରିବେ ।

Get real time updates directly on you device, subscribe now.