fbpx

୨୦୧୯ ମସିହା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉକ୍ରଳ ମଣ୍ଡପରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆସନ୍ତାକାଲି ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ । ଏନେଇ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

୨୦୧୯ ମସିହା ପାଇଁ ଘନଶ୍ୟାମ ମହାପାତ୍ର ଜୟଦେବ ପୁରସ୍କାର ପାଇଛନ୍ତି । ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି । ସେହିପରି ‘ଦେଖାହେଲା ପ୍ରେମ ହେଲା’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ସ୍ୱୟମ୍ ପାଢ଼ୀ, ଶ୍ରେଷ୍ଠ କାହାଣୀକାର ସ୍ୱର୍ଗତ କପିଳେଶ୍ୱର ମହାପାତ୍ର, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ରାଜୁ ମିଶ୍ର, ଶ୍ରେଷ୍ଠ ଅଭିନେତା ପୀତବାସ ତ୍ରିପାଠୀ, ଶ୍ରେଷ୍ଠ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପୁରସ୍କୃତ ହୋଇଛନ୍ତି ।

ସେହିପରି ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଦୀପ୍ତିରେଖା ପାଢ଼ୀ (ଫ୍ରମ୍ ମି ଟୁ ୟୁ), ଶ୍ରେଷ୍ଠ ଗୀତିକାର ପ୍ରଦୀପ୍ତ ଚାନ୍ଦ, ଶ୍ରେଷ୍ଠ ସାଇଡ୍ ଅଭିନେତ୍ରୀ ବନିତା ନାଗ, ଶ୍ରେଷ୍ଠ ସାଇଡ୍ ଅଭିନେତା ବବି ମିଶ୍ର, ଶ୍ରେଷ୍ଠ ହାସ୍ୟ କଳାକାର ହରିହର ମହାପାତ୍ର, ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଡି. ଅଶ୍ୱିନୀ ଗଡ଼ନାୟକ, ଶ୍ରେଷ୍ଠ ଟେଲି ଧାରାବାହିକ ସରଗମ, ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ ଚଣ୍ଡି ପରିଜା, ଶ୍ରେଷ୍ଠ ଅଭିନେତା ଦେବାଶିଷ ପାତ୍ର, ଶ୍ରେଷ୍ଠ ଅଭିନେତ୍ରୀ ଲିପ୍ସା ମିଶ୍ର, ଶ୍ରେଷ୍ଠ ଖଳନାୟିକା ଉଷସୀ ମିଶ୍ର, ଶ୍ରେଷ୍ଠ ଶିଶୁ କଳାକାର ପ୍ରସିଦ୍ଧି ନାୟକ ପୁରସ୍କୃତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଆଇନଗତ ବିବାଦରେ ଦେଖାଦେଇଥିଲା । କପି ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଫଳରେ ଗତ ମାସ ୧୮ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କରିଦେଇଥିଲେ । ଏହାପରେ ଏକମାସ ମଧ୍ୟରେ ସାନି ତାଲିକା ଘୋଷଣା କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.