fbpx

୨ ପୁତ୍ରଙ୍କ ତଣ୍ଟି ଚିପି ମାରିଦେଲା ମାଆ, ଶେଷରେ ନିଜେ କଲା ଆତ୍ମହତ୍ୟା

Advertisement

ଯୋଡା: ବଡବିଲ ଯୋଡାରେ ଏକ ଅମାନବୀୟ ହତ୍ୟା ଏବଂ ଆତ୍ମହତ୍ୟା କଥା ସାମ୍ନାକୁ ଆସିଛି । ଜଣେ ମାଆ ତାର ଦୁଇ ଶିଶୁକୁ ମାରି ନିଜେ ଆତ୍ମହତ୍ୟା କରିବା ଅଭିଯୋଗ ଆସିଛି । ଏପରି ଅଭାବନୀୟ ଘଟଣା ଚମ୍ପୂଆ ଥାନା ଦୁରୁକୁଳୁୟା ଗାଁରେ ଘଟିଛି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୂଳିଆ ଗାଁରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମାଆ ତାର ଦୁଇ ପୁତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ଦୁଇ ପୁତ୍ରଙ୍କ ତଣ୍ଟି ଚିପି ମାରି ସାରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ମାଆ ଏବଂ ଶିଶୁ ଦୁହିଁଙ୍କ ଶବ ଉଦ୍ଧାର କରିଛି । ଜଣା ପଡ଼ିଛି ଯେ, ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪ ବର୍ଷ ଅଟେ । ପାରିବାରିକ ଗଣ୍ଡଗୋଳରୁ ହୋଇଥିବା ନେଇ ଆଶଙ୍କା କରାଯାଉଛି ହେଲେ ସଂପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନି । ପୋଲିସର ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.