fbpx

ଅଦାନୀ –ହିଡେନବର୍ଗ ମାମଲାର ତଦନ୍ତ ପାଇଁ ପ୍ରସ୍ତୁତି ହେଲା କେନ୍ଦ୍ର, ଏସସିଙ୍କୁ ପଠାଇବ ଏକ୍ସପର୍ଟଙ୍କ ନାମ

Advertisement

ନୂଆଦିଲ୍ଲୀ: ଅଦାନୀ-ହିଡେନବର୍ଗ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଏନେଇ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା ନିଜର ପକ୍ଷ ରଖିଛନ୍ତି । ସେ ଏସସିଙ୍କୁ କହିଛନ୍ତି ଯେ, ଯଦି ଏହି ମାମଲାରେ କୋର୍ଟ ଜାଂଚ କମିଟି ଗଠନ କରିବା ପାଇଁ ଚାହୁଁଥିବେ, ତେବେ ଆମକୁ କୌଣସି ଆପତ୍ତି ନାହିଁ । ତେବେ ଏହି ମାମଲାରେ ପୁଣିଥରେ ସୋମବାର ଦିନ ସୁପ୍ରିମକୋର୍ଟରେ ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏମ ନରସିହ୍ମା ଏବଂ ଜଷ୍ଟିସ ଜେବି ପରାଦୀୱାଲାଙ୍କ ମଧ୍ୟରେ ବେଂଚ ଶୁଣାଣି କରିଛି ।

ସୂଚନା ଅନୁସାରେ, ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ଏହି ମାମଲାରେ ଯଦି କୋର୍ଟ ତଦନ୍ତ ପାଇଁ କୌଣସି ଏକ୍ସପର୍ଟ କମିଟିକୁ ଗଠନ କରୁଛି ତେବେ ଆମକୁ କୌଣସି ଆପତ୍ତି ନାହିଁ । ସରକାର କମିଟିର ସଦସ୍ୟଙ୍କ ନାମ ବୁଧବାର ସୁଦ୍ଧା କୋର୍ଟରେ ଏକ ସିଲ୍ କଭରରେ ଦାଖଲ କରାଯିବ । ପର ଶୁଣାଣି ଶୁକ୍ରବାରଦିନ ହେବ । ସରକାର ଏହି ମାମଲା ଉପରେ ନିଜର କାଗଜପତ୍ରର ସାରଣୀ ତାଲିକାଭୁକ୍ତ ଆବେଦନକାରୀଙ୍କୁ ମଧ୍ୟ ଦେବେ । ତେବେ ଡକ୍ୟୁମେଣ୍ଟ ଗୁଡ଼ିକୁ ଗୋପନୀୟ ରଖିବା ପାଇଁ ସରକାର କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ, କମିଟି ପାଇଁ ପ୍ରସ୍ତାବିତ ନାମର ସୂଚୀ ସିଲ ବନ୍ଦ ଥିବା ଲଫାପାରେ ଜମା କରାଯିବ । ସରକାର ନିଜର ସହମତି ଜଣାଇଛି ଯେ, ଏହି ମାମଲାରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ମାମଲାରେ ଜାଂଚ କରିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ କୌଣସି ଅସୁବିଧା ନାହିଁ ବୋଲି ସରକାର ସହମତି ପ୍ରକାଶ କରିଛନ୍ତି । ଏହି ପରିସ୍ଥିତିରେ କୋର୍ଟ, କମିଟି ସଦସ୍ୟଙ୍କ ନାମର ପ୍ରସ୍ତାବ ପଠାଇବା ପାଇଁ କହିଛନ୍ତି ।

ଆଡଭୋକେଟ୍ ବିଶାଲ ତିୱାରୀ ଏବଂ ଆଡଭୋକେଟ୍ ଏମ.ଏଲ୍ ଶର୍ମା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେଉଁଥିରେ ସେମାନେ ହିଡେନବର୍ଗ ରିପୋର୍ଟର ତଦନ୍ତ ଦାବି କରିଛନ୍ତି, ଆବେଦନକାରୀ ଓକିଲ ବିଶାଲ ତିୱାରୀ କହିଛନ୍ତି ଯେ, ଏହି ପ୍ରସଙ୍ଗ ଦେଶର ପ୍ରତିଷ୍ଠା ସହ ଜଡିତ। ଏଭଳି ପରିସ୍ଥିତିରେ ହିଡେନବର୍ଗ ଗ୍ରୁପ୍ ବିରୋଧରେ ତଦନ୍ତ କରାଯିବା ଉଚିତ୍। ଏହି ଆବେଦନରେ ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ଦାବି କରାଯାଇଛି। ଏହା ସହିତ ସେ ଆଦାନୀ-ହିଡେନବର୍ଗ ବିବାଦରେ ସ୍ୱଳ୍ପ ବିକ୍ରୟ ପାଇଁ ଏକ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.