fbpx
BJD SKY
BJD SKY

ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ: ବିଶାଖାପଟନମ୍ ସ୍ଥାନାନ୍ତର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି । ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡମିଟ୍ କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବିଶାଖାପଟନମକୁ ସ୍ଥାନାନ୍ତର କରାଯାଇଛି ।

ଶ୍ରୀ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ଶୁଣିବା ପରେ ରାଜନୈତିକ ମହଲରେ ନିରାଶା ଖେଳି ଯାଇଯାଇଛି । ତାଙ୍କର ଆରୋଗ୍ୟ ନେଇ ବନ୍ଧୁ, ପରିଜନ ତଥା ଶୁଭେଚ୍ଛୁମାନେ କାମନା କରିଛନ୍ତି । ରବିଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ତାଙ୍କର ଧର୍ମପତ୍ନୀ ତଥା ବିଜେଡି ନେତ୍ରୀ ଡ. ଇନ୍ଦିରା ନନ୍ଦ ସୂଚନା ଦେଇଛନ୍ତି । ରବି ଖୁବଶୀଘ୍ର ସୁସ୍ଥ ହୋଇ ରାଜ୍ୟକୁ ଫେରିଆସୁଛନ୍ତି ଏହା ହିଁ ଈଶ୍ୱରଙ୍କ ନିକଟରେ କାମନା ।

ଶ୍ରୀ ନନ୍ଦ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ । ସେ ରାଜ୍ୟ ବିଧାନସଭାକୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଗତ ୨୦୦୦, ୨୦୦୪ ଓ ୨୦୦୯ ମସିହାରେ ଜୟପୁର ବିଧାନସଭା କ୍ଷେତ୍ରରୁ ଜିତିଥିଲେ । ସେ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଜଳସେଚନ ରାଷ୍ଟ୍ରମନ୍ତ୍ରୀ ଓ ୨୦୦୯ରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ ।

Get real time updates directly on you device, subscribe now.