fbpx

ମମତାଙ୍କୁ କୋଲ୍‌କାତା ହାଇକୋର୍ଟରୁ ବଡ଼ ଝଟ୍‌କା, ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନ ହେଲା ଖାରଜ

Advertisement

କୋଲକାତା (ଓଡ଼ିଶା ଭାସ୍କର) : କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି। ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ଯେଉଁଥିରେ ଏନଏଚଆରସି(ଜାତୀୟ ମାନବାଧିକାର କମିଶନ) ଟିମକୁ ପଶ୍ଚିମବଙ୍ଗକୁ ଆସିବା ବନ୍ଦ କରିବାକୁ ଦାବି କରାଯାଇଥିଲା ।

ସୂଚନାଯୋଗ୍ୟ, ଜୁନ୍‌ ୧୮ରେ ହାଇକୋର୍ଟ କହିଥିଲେ ଯେ ଏନଏଚଆରସିର ଏକ ଟିମ୍‌ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ଘଟଣାର ତଦନ୍ତ କରି ବେଞ୍ଚରେ ରିପୋର୍ଟ ଦାଖଲ କରିବେ । କୋଲକାତା ହାଇକୋର୍ଟର ଏହି ଆଦେଶ ବିରୋଧରେ ପୁନର୍ବିଚାର କରିବାକୁ ମମତାଙ୍କ ସରକାର ପୁଣି ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ସୋମବାର ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ଏହି ଆବେଦନରେ ପଶ୍ଚିମବଙ୍ଗ ସରକାର ଦାବି କରିଛନ୍ତି ଯେ ସେହି ହିଂସାକୁ ରାଜନୀତିକରଣ କରିବାକୁ ଉଦ୍ୟମ କରାଯାଇଥିଲା । ତେଣୁ ହାଇକୋର୍ଟ ଏହି ଆଦେଶ ପ୍ରତ୍ୟାହାର କରିବା ଉଚିତ୍‌ ।

Get real time updates directly on you device, subscribe now.