fbpx

ସରକାରଙ୍କ ଦୁର୍ନୀତି ବିରୋଧୀ ପଦକ୍ଷେପ: ବିଦାହେଲେ ୭ ସରକାରୀ ବାବୁ

ଭୁବନେଶ୍ୱର, ୫ା୧ (ଓଡିଶା ଭାସ୍କର): ଦୁର୍ନୀତିଖୋରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟରେ ଦୁର୍ନୀତିରେ ଲିପ୍ତ ଥିବା ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।

ଏହି ଅଧିକାରୀଙ୍କ ମଧ୍ୟରେ ୨ ଜଣ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ ରମେଶ ଚନ୍ଦ୍ର ପଣ୍ଡା, ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର, କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ, ଡିଏସପି ଗୌତମ ମଲ୍ଲିକ,  ଡେପୁଟି କମାଣ୍ଡାଣ୍ଟ ଦେବେନ୍ଦ୍ର ନାଥ ବେହେରା ସାମିଲ ଥିବା ଜଣାପଡ଼ିଛି । ୨୦୨୦ ମସିହା ଡିସେମ୍ବର ମାସ ୩୦ ତାରିଖରେ ମଧ୍ୟ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

୭ ଜଣ ଅଧିକାରୀଙ୍କ ସହ ଜଣେ ଜେଲ ଡିଆଇଜିଙ୍କୁ ସରକାର ଚାକିରୀରୁ ବିଦା କରିଥିବା ଜଣାପଡ଼ିଛି । ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକ ଜେଲ ୱାର୍ଡର ଚୟନ କମିଟିର ମୁଖ୍ୟ ଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରିଥିଲେ । ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଆସିଥିଲା । ସୂଚନା ଅନୁଯାୟୀ, ବର୍ଷକ ମଧ୍ୟରେ ସରକାର ୧୧୦ ଜଣ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିସାରିଲେଣି ।

Get real time updates directly on you device, subscribe now.