fbpx

ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ: ଅପଗ୍ରେଡ୍ ହେବ ହାଇସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସ୍କୁଲ ଡ୍ରପ୍ ଆଉଟ୍ ପିଲାଙ୍କର ସଂଖ୍ୟା । ଏହାକୁ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଆସନ୍ତା ଶିକ୍ଷାବର୍ଷଠାରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଯେଉଁ ବ୍ଲକରେ ଯୁକ୍ତ ଦୁଇ କଲେଜ ନଥିବ, ସେଠାରେ ହାଇସ୍କୁଲଗୁଡ଼ିକ ଅପଗ୍ରେଡ୍ କରାଯିବ ।

ମାଟ୍ରିକ୍ ପାସ ପରେ ନିକଟରେ ଯୁକ୍ତଦୁଇ କଲେଜ ନଥିବାରୁ ପିଲାମାନେ ଅଧାରୁ ପାଠ ଛାଡ଼ି ଦେଉଥିବା ଦେଖିବାକୁ ମିଳୁଛି । ଅପଗ୍ରେଡ୍ ବ୍ୟବସ୍ଥା ଫଳରେ ପିଲାଙ୍କର ବିଶେଷ ସୁବିଧା ହେବ । ଏନେଇ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ରେ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ୪.୭୫ ପ୍ରତିଶତ ରହିଥିଲା । ୨୦୧୮-୧୯ରେ ଏହି ହାର ୬.୯୩ ପ୍ରତିଶତ ରହିଥିଲା । ରାଜ୍ୟର ବହୁ ଅଞ୍ଚଳରେ ଯୁକ୍ତଦୁଇ କଲେଜ ବହୁ ଦୂରରେ ରହିଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଅଧାରୁ ପାଠ ଛାଡ଼ିଥାନ୍ତି । ପାଠ ପଢ଼ା ବନ୍ଦ ହେବା ପରେ ପିଲାମାନେ ଘର କାମ ଓ ଅନ୍ୟାନ୍ୟ କାମ କରିଥାନ୍ତି ।

Get real time updates directly on you device, subscribe now.