fbpx
BJD
BJD SKY
BJD SKY

ରାଜ୍ୟର ମହିଳାମାନଙ୍କୁ ଇ-କାର୍ ପ୍ରଦାନ କରିବେ ରାଜ୍ୟ ସରକାର: କ୍ୟାବିନେଟ ବୈଠକରେ ବାଜିପାରେ ମୋହର

BJD

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଅନେକ କିଛି ପ୍ରକଳ୍ପ ଉପରେ ମୋହର ମାରିପାରନ୍ତି ରାଜ୍ୟ ସରକାର । ତେବେ ଏହା ଭିତରେ ସବୁଠୁ ଚର୍ଚ୍ଚାରେ ରହିଛି ‘ମିଶନ୍ ଶକ୍ତି’ । ମିଶନ ଶକ୍ତି ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ପ୍ରକଳ୍ପ ରାଜ୍ୟ ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ଏଥିରେ ମହିଳାମାନଙ୍କୁ ଇ-କାର୍ ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆ ଯାଇପାରେ ।

ରାଜ୍ୟରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବା ସହିତ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ‘ମିଶନ ଶକ୍ତିି’ ଯୋଜନା ଚାଲୁ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ଅଧୀନରେ ମହିଳାମାନେ ଅନେକ କ୍ଷେତ୍ରରେ ଖୁବ ଆଗକୁ ଯାଇଥିବା ମଧ୍ୟ ଦେଖାଯାଇଛି । ତେବେ ଆଜିର କ୍ୟାବିନେଟ ବୈଠକରେ ସେମାନଙ୍କୁ ଉପହାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । ମିଶନ ଶକ୍ତିର ମହିଳାମାନଙ୍କୁ ଇ-କାର୍ ଯୋଗାଇ ଦେବା ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇପାରନ୍ତି ରାଜ୍ୟ କ୍ୟାବିନେଟ । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏପରି ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମହିଳାମାନଙ୍କୁ ଇ-କାର୍ ଯୋଗାଇ ଦେଲେ ‘ମିଶନ ଶକ୍ତି ଯୋଜନା’ରେ ରାଜ୍ୟ ସରକାରଙ୍କର ,ହା ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ହେବ ।

Get real time updates directly on you device, subscribe now.