fbpx

ବେଡସିଟ୍ ରେ ବେକରେ ଫାଶୀ ଲଗାଇ ଜେଇଇ ଛାତ୍ରଙ୍କ ଆତ୍ମହତ୍ୟା, ଗୋଟିଏ ସପ୍ତାହରେ ୩ ଛାତ୍ରଙ୍କ ଗଲାଣି ଜୀବନ

କୋଟା:  ଶିକ୍ଷାର କାଶୀ ବୋଲାଉଥିବା କୋଟାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ପୁଣି ଜଣେ କୋଚିଂ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଛାତ୍ର ମନୀଷ ପ୍ରଜାପତିଙ୍କ ଘର ଉତ୍ତରପ୍ରଦେଶର ଆଜମଗଡରେ । ଗତ ୬ ମାସ ହେବ ସେ କୋଟାରେ ଜେଇଇ କୋଚିଂ ନେଉଥିଲେ । ମନୀଷ ଜବାହର ନଗର ଥାନା ଅଞ୍ଚଳ ମହାବୀର ନଗର ଫର୍ଷ୍ଟରେ ଥିବା ହଷ୍ଟେଲର ୫ମ ମହଲାରେ ରହୁଥିଲେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, କୋଟାରେ ମାତ୍ର ଗୋଟିଏ ସପ୍ତାହରେ ୩ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି ଓ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨୦ ଜଣ ଛାତ୍ର ଜୀବନ ଦେଇସାରିଲେଣି ।

ପୋଲିସର ସୂଚନା ଅନୁଯାୟୀ ଗୁରୁବାର ମନୀଷଙ୍କ ପିତା କୋଟା ସ୍ଥିତ ହଷ୍ଟେଲକୁ ଆସି ତାଙ୍କୁ ଭେଟିକରି ଯାଇଥିଲେ । ରାତିରେ ତାଙ୍କ ବାପା ହଷ୍ଟେଲର କେୟାରଟେକରଙ୍କୁ ଫୋନ୍ କରି ମନୀଷଙ୍କ ସହ କଥା କରାଇଦେବାକୁ କହିଥିଲେ । ଯେତେବେଳେ କେୟାରଟେକର ରୁମ୍ରେ ପହଞ୍ଚିଥିଲେ ସେତେବେଳେ ମନୀଷ ଦ୍ୱାର ଖୋଲି ନ ଥିଲେ । ଏହାପରେ ହଷ୍ଟେଲ ପରିଚାଳକଙ୍କୁ ଖବର ଦିଆଯାଇଥିଲା । ପରେ ଝରକାର କାଚ ବାଟେ ଦେଖିବା ପରେ ଜଣାପଡିଥିଲା ମନୀଷ ବେଡସିଟ୍ ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରଛନ୍ତି । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ।

ପୋଲିସ କହିଛି ମୃତକ ଛାତ୍ର ପାଖରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ । କିନ୍ତୁ ମନୀଷର ସାଙ୍ଗ ଓ ଅନ୍ୟମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପୋଲିସ ଜାଣି ପାରିଛି ଯେ, ମନୀଷ ପରୀକ୍ଷାରେ ଭଲ ରେଜଲ୍ଟ କରୁ ନ ଥିଲା । ଟେଷ୍ଟ ପରୀକ୍ଷାରେ ତାଙ୍କର କମ୍ ନମ୍ବର ଆସୁଥିଲା । ଏହା ସହିତ ସେ କୋଚିଂକୁ ବି କମ୍ ଯାଉଥିଲା ଯାହାକୁ ନେଇ ତାଙ୍କର ବାପା ତାଙ୍କ ଉପରେ ରାଗୁଥିଲେ ।

Get real time updates directly on you device, subscribe now.