fbpx
BSKY SKY
BSKY SKY

୨୦୨୨-୨୩ ଆର୍ଥିକ ବର୍ଷରେ ୮-୧୨% ଦରମା ବଢ଼ାଇଛନ୍ତି ଭାରତୀୟ ଷ୍ଟାର୍ଟଅପ କମ୍ପାନୀ: ରିପୋର୍ଟ

BSKY

ନୂଆଦିଲ୍ଲୀ: ଇଲେଭେସନ୍ କ୍ୟାପିଟାଲ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀମାନେ କର୍ମଚାରୀଙ୍କର ଦରମା ୮ ରୁ ୧୨ ପ୍ରତିଶତ ବଢ଼ାଇଛନ୍ତି। ଷ୍ଟାର୍ଟଅପ୍ ପଲସ୍ ରିପୋର୍ଟ ୨୦୨୩ ନାମକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଦେଶର ୨୦୦ ଷ୍ଟାର୍ଟଅପର ୧୦୦୦ କର୍ମଚାରୀଙ୍କ ମତାମତ ନିଆଯାଇଥିଲା ।

ଏହି ରିପୋର୍ଟ ଦର୍ଶାଇଛି ଯେ, ଅନେକ ଗୁଡ଼ିଏ କମ୍ପାନୀ ଦରମା ବୃଦ୍ଧିକୁ ସ୍ଥଗିତ ରଖିଛନ୍ତି କିମ୍ବା କର୍ମଚାରୀଙ୍କ ଭଲ ପ୍ରଦର୍ଶନ ପାଇଁ ନଗଦ ବୃଦ୍ଧି ବଦଳରେ ଇନସେଣ୍ଟିଭ୍ ପ୍ରଦାନ କରିଛନ୍ତି । ଏହି ସମୟରେ ଟେକ୍ ପ୍ରତିଭା ଉପଲବ୍ଧତା ପାଇଁ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ୭୨ ପ୍ରତିଶତ ମିଳିତ ଅଂଶ ଭାବରେ ଉଭା ହୋଇଛନ୍ତି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବଜାରରେ ସ୍ଥିତିକୁ ସୁଦୃଢ଼ କରିବା, କର୍ମଚାରୀଙ୍କୁ ନିଯୁକ୍ତ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଭଳି ଆବଶ୍ୟକୀୟ ଉପାଦାନରେ ଷ୍ଟାର୍ଟଅପ କମ୍ପାନୀମାନେ ଖର୍ଚ୍ଚ କରୁଛନ୍ତି । ସେହିଭଳି ଅନେକ କମ୍ପାନୀ ଦରମା ବଢାଇବା ପରିବର୍ତ୍ତେ ସେମାନଙ୍କ କର୍ମଚାରୀଙ୍କୁ ନିଜର କମ୍ପାନିରେ ମାଲିକ ହେବାକ ମଧ୍ୟ ସୁଯୋଗ ଦେଉଛନ୍ତି । ଅନେକ କମ୍ପାନୀ ୦.୨ ପ୍ରତିଶତ ରୁ ୧.୫ ପ୍ରତିଶତ ପର୍ଯ୍ୟନ୍ତ ସେୟାର ସେମାନଙ୍କ କର୍ମଚାରୀଙ୍କ ନାମରେ କରିଦେଉଛନ୍ତି । ଯାହାକୁ କର୍ମଚାରୀମାନଙ୍କ ଦରମା ବୃଦ୍ଧିର ବିକଳ୍ପ ଭାବେ ଦେଖୁଛନ୍ତି ।

Get real time updates directly on you device, subscribe now.