fbpx

Millet Day ପାଳନ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କୃଷି ବିଭାଗର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ ପାଳନ ହେବ ଏହି ଦିବସ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ବେଳେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହିତକର ପୁଷ୍ଟିକର ଶସ୍ୟର ବ୍ୟବହାର ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ‘ମିଲେଟ ଦିବସ’ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏବେ ଉକ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇସାରିଥିବା ବେଳେ ଏଣିକି ପ୍ରତିବର୍ଷ ଏହି ଦିବସକୁ ପାଳନ କରାଯିବ । ଏଥିସହିତ ସୋସିଆଲ ମିଡ଼ିଆରେ ମିଲେଟକୁ ନେଇ ବିଭିନ୍ନ ପ୍ରକାରର କ୍ୟାମ୍ପେନର ଆୟୋଜନ କରାଯିବ । ଏଥିସହିତ ମିଲେଟକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କ ଦ୍ୱାରା ପରିଚାଳିତ ହେଉଥିବା ମିଲେଟ କାଫେ, ମିଲେଟ ଟିଫିନ ସେଣ୍ଟ ଜରିଆରେ ମିଲେଟର ଅଧିକ ପ୍ରଚାର ପ୍ରସାର କରାଯିବ । ଏହି ଦିବସ ପାଳନ କରାଯିବ ସହ ଆହୁରି ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରାଯିବ । ଚାଷୀମାନେ ଲାଭବାନ ହେବା ସହ ସମସ୍ତଙ୍କର ଖାଦ୍ୟଥାଳୀରେ ମିଲେଟକୁ ସାମିଲ ନେଇ ଉଦ୍ୟମ କରାଯିବ । ୨୦୧୭ ମସିହାରେ ରାଜ୍ୟ ସରକାର ‘ଓଡ଼ିଶା ମିଲେଟ ମିଶନ’ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଦ୍ୱାରା ଏବେ ଏହି ମିଶନ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।

Get real time updates directly on you device, subscribe now.