fbpx

ଅମିତ ଶାହଙ୍କୁ କାହିଁକି ପିଟିଥିଲେ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ: ୪୦ ବର୍ଷ ତଳର ଅକୁହା ପେଡ଼ି ଖୋଲିଲେ ବିଜେପି ଚାଣକ୍ୟ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଆସାମର ଗୁଆହାଟୀ ଗସ୍ତରେ ଅବସରରେ କଂଗ୍ରେସ ଉପରେ ହମଲା କରିଛନ୍ତି । ଶାହ ଆରୋପ ଲଗାଇଥିଲେ, ଭାରତ-ଚୀନ ଯୁଦ୍ଧ ସମୟରେ ସେ ସମୟରେ ପ୍ରଧାନମନ୍ତ୍ରୀ ଥିବା ଜବାହରଲାଲ ନେହେରୁ ଆସାମକୁ ଭୁଲି ଯାଇଥିଲେ । ସମୟକ୍ରମେ ଦେଶରେ ଉଗ୍ରବାଦ ବଢ଼ିବା ସହ ତାହା ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ଅଲଗା କରିଦେଇଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ପୂର୍ବୋତ୍ତରକୁ ମୁଖ୍ୟସ୍ରୋତରେ ସାମିଲ କରିଥିଲେ । ଆସାମରେ ଲାଗି ରହୁଥିବା ବନ୍ୟା ପରିସ୍ଥିତି ପାଇଁ ପାଞ୍ଚ ବର୍ଷର ସମୟ ମାଗିଛନ୍ତି ଶାହ ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ତା’ର ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛି । ଦଳର ବଡ଼ ବଡ଼ ନେତାମାନେ ପୂର୍ବୋତ୍ତର ରାଜ୍ୟକୁ ବାରମ୍ବାର ଗସ୍ତ କରୁଥିବା ଦେଖାଯାଉଛି । ନିକଟରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୂର୍ବୋତ୍ତର ଗସ୍ତରେ ଯାଇଥିଲେ । ତେବେ ଏହି ଗସ୍ତ ଅବସରରେ ଶାହ ଗୁଆହାଟିଠାରେ ପାର୍ଟିର ଏକ ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଶାହ ୪୦ ବର୍ଷ ତଳର ଏକ କାହାଣୀକୁ ଲୋକଲୋଚନକୁ ଆଣିଥିଲେ । ସେ କହିଥିଲେ, ମୁଁ ସେତେବେଳେ ଏଠାକୁ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକ୍ରମରେ ଆସିଥିଲା । ମୋତେ ସେ ସମୟରେ ଆସାମର ମୁଖ୍ୟମନ୍ତ୍ରୀ ଥିବା ହିତେଶ୍ୱର ସୌକିଆ ବହୁତ ପିଟିଥିଲେ । ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ନାରା ଲଗାଇ ଥିବାରୁ ମୋତେ ପିଟା ଯାଇଥିଲା । ବିଜେପି ଏହି ରାଜ୍ୟରେ ଦୁଇ ଥର ଜିତି ସରକାର ଗଠନ କରିବ ତାହା ସେ ସମୟରେ କଳ୍ପନା ବାହାରେ ଥିଲା ।

Get real time updates directly on you device, subscribe now.