fbpx

Toiletରେ ଖେଳାଳିଙ୍କୁ ଦିଆଯାଉଛି ଖାଦ୍ୟ: ପ୍ଲେୟରଙ୍କୁ ଅପମାନ ପରେ ଆକ୍ସନ ମୁଡରେ ଯୋଗୀ ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସହାରନପୁରରେ ଖେଳାଳିମାନଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଲଜ୍ଜାଜନକ ଭିଡିଓକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ତେବେ ଏହି ଭିଡିଓରେ ଖେଳାଳିମାନଙ୍କ ଭୁଲ କିମ୍ବା ସେମାନଙ୍କ ଦ୍ୱାରା କିଛି ଲଜ୍ଜାଜନକ କାର୍ଯ୍ୟ ହୋଇନାହିଁ । ବରଂ ଷ୍ଟେଟ ଲେବଲ ଖେଳାଳିଙ୍କ ପ୍ରତି ସରକାରଙ୍କ ଯୋଜନା ଏବଂ ବ୍ୟବସ୍ଥା ହିଁ ରାଜ୍ୟ ପାଇଁ ଲଜ୍ଜାର କାରଣ ପାଲଟି ଯାଇଛି । ରାଜ୍ୟସ୍ତରୀୟ କବାଡି ପ୍ଲେୟରମାନଙ୍କୁ ଶୌଚାଳୟରେ ଖାଦ୍ୟ କାଇବା ପାଇଁ ଦିଆଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପହଞ୍ଚିଥିବା ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ୩୦୦ରୁ ଅଧିକ ଖେଳାଳି ମହିଳା ଖେଳାଳି ଡ. ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ଅଣ୍ଡର-୧୭ ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । କିନ୍ତୁ ଏଠାରେ ଏମାନଙ୍କୁ ଦିଆଯାଇଥିବା ଖାଦ୍ୟ ନିମ୍ନମାନର ଥିବା ବେଳେ ଏହାର ରୋଷେଇ ପ୍ରଣାଳୀ ମଧ୍ୟ ଖୁବ ଅବ୍ୟବସ୍ଥାରେ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଖେଳାଳିମାନଙ୍କୁ ଖାଦ୍ୟ ପ୍ୟାକେଟ କରି ଟଏଲେଟରେ ରଖାଯାଇଥିଲା । ଦୁର୍ଗନ୍ଧ ଯୋଗୁଁ ଏହି ସ୍ଥାନରେ ଠିଆ ହେବା କଷ୍ଟକର ହେଉଥିବା ବେଳେ ଏଠାରେ ରାଜ୍ୟସ୍ତରୀୟ ଖେଳାଳିମାନଙ୍କୁ ଖାଇବା ପାଇଁ ଦିଆଯାଇଛି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚିଛି ଅଭିଯୋଗ । ଏହାପରେ କ୍ରୀଡାମନ୍ତ୍ରୀ ମାମଲାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟସ୍ତରୀୟ ଖେଳାଳିମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.