ଭୁବନେଶ୍ୱର: କାଲିଠାରୁ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ନେଇ ନିର୍ଦ୍ଦେଶ ଜାରି ।
ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ହଷ୍ଟେଲରେ ରହିପାରିବେ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକମାନେ ଉପଲବ୍ଧ ରହିବେ ।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଏ ନେଇ ପରୀକ୍ଷା ପ୍ରଭାବିତ ହେବ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ପୂର୍ବସୂଚୀ ଅନୁସାରେ ପରୀକ୍ଷା କରାଯିବ । ଅଙ୍ଗନବାଡ଼ି ମଧ୍ୟ ବନ୍ଦ ରହିବ । ପିଲାଙ୍କ ପାଇଁ ଖାଦ୍ୟ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ବନ୍ଦ ଠିକ୍ ଭାବେ ଚାଲିଚି କି ନାହିଁ ତା’ର ତଦାରଖ କରିବେ ଜିଲ୍ଲାପାଳ ।