fbpx

ବିଶ୍ୱରେ ପ୍ରଥମ: SpaceX ପକ୍ଷରୁ ଲଞ୍ଚ ହେଲା ପାଣି ଦ୍ୱାରା ଉଡ଼ି ପାରୁଥିବା ସାଟେଲାଇଟ୍: ପୁଣି ଥରେ କମାଲ୍ କଲେ ଏଲନ୍

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କ ସର୍ବଦା କିଛି ନୂଆ କରିଥାନ୍ତି । ବିଶ୍ୱର ପ୍ରଥମ ଘରୋଇ କମ୍ପାନୀ ଭାବେ ସ୍ପେସେକ୍ସ ମହାକାଶକୁ ରକେଟ୍ ଲଞ୍ଚ କରିଥିଲା । ତେବେ ପୁଣି ଥରେ ଏଲନଙ୍କ କମ୍ପାନୀ ସେସେକ୍ସର କମାଲ ଦେଖିଛନ୍ତି ସାରା ବିଶ୍ୱବାସୀ । ଆମେରିକାର ଘରୋଇ କମ୍ପାନୀ ସ୍ପେସେକ୍ସ ପାଣିରେ ଉଡ଼ିପାରୁଥିବା ସାଟେଲାଇଟ୍ ଲଞ୍ଚ କରିଛି । ଏହା ବିଶ୍ୱର ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି ।
ପାଣି ଦ୍ୱାରା ଉଡ଼ିପାରୁଥିବା ଏହି ସାଟେଲାଇଟ ବର୍ତ୍ତମାନ ମହାକାଶରେ ପହଞ୍ଚି ସାରିଛି । ସ୍ପେସେକ୍ସ ପକ୍ଷରୁ ଟ୍ରାନ୍ସପୋର୍ଟର-୬ ମିଶନ ଜରିଆରେ ଫାଲକନ-୯ ରକେଟରୁ ଭିଗୋରାଇଡ-୫ ଉପଗ୍ରହକୁ ଲଞ୍ଚ କରାଯାଇଛି । ତେବେ ମହାକାଶରେ ପହଞ୍ଚିବା ପରେ ଏହି ସାଟେଲାଇଟ୍ ବେଶ ଉଚ୍ଚକୋଟୀର କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଉକ୍ତ ରକେଟରେ ପ୍ଲାଜମା ଥ୍ରଷ୍ଟର୍ସ ଟେକନିକର ବ୍ୟବହାର କରାଯାଇଛି । ଯାହାଦ୍ୱାରା କି ଉକ୍ତ ରକେଟ ସହଜରେ ଶକ୍ତି ପାଇବାରେ ସକ୍ଷମ ହୋଇପାରୁଛି । ଆଗାମୀ ଭବିଷ୍ୟତରେ ଏହି ଟେକନିକରେ ସାଟେଲାଇଟର ମରାମତି କାର୍ଯ୍ୟ କରିବା ସମ୍ଭବ ହେବ
ବିଗୋରାଇଡରେ ମାଇକ୍ରୋୱେଭ ଇଲେକ୍ଟ୍ରୋଥର୍ମଲ ଥ୍ରଷ୍ଟର୍ସ (ଏମଇଟି) ଲଗାଯାଇଛି । ଏହି ଥ୍ରଷ୍ଟରରେ ପାଣିକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ଏହି ଥ୍ରଷ୍ଟର୍ସକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ, ତା’ର ନାଜଲରୁ ଦ୍ରୁତ ଭାବେ ନିର୍ଗତ ଗ୍ୟାସରୁ ତାକୁ ଗତି ପ୍ରାପ୍ତ ହୋଇଥାଏ । ଏମଇଟିରେ ପାଣିରୁ ପ୍ଲାଜମା ପ୍ରସ୍ତୁତ ହୋଇଥାଏ । ଏହାପରେ ମାଇକ୍ରୋୱେଭର ଶକ୍ତିକୁ ବ୍ୟବହାର କରି ସାଟେଲାଇଟକୁ ଅଗ୍ନି ଆଡ଼କୁ ଅଗ୍ରସର କରାଯାଇଥାଏ । ଗତବର୍ଷ ନାସା ମଧ୍ୟ ଏପରି ଭାବେ ପ୍ରୟୋଗ କରିଥିଲା । ନାସା ସ୍ପେସେକ୍ସର ଫାଲକନ-୯ରୁ ଭି-ଆର୩ଏକ୍ସ ନାମକ କ୍ୟୁବସାଟ ଲଞ୍ଚ କରିଥିଲା । ତେବେ ପାଣି ଆମକୁ ମାଗଣାରେ ପ୍ରାପ୍ତ ହେଥିବାରୁ ଏହାର ଉପଯୋଗରେ କୌଣସି ପ୍ରକାରର କ୍ଷତି ସାଧିତ ହେବାର ଆଶଙ୍କା ରହିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.