fbpx
BSKY
BJD MC SKY
BJD YOUTH SKY

ଆହତ ଋଷଭ ପନ୍ତଙ୍କ ନେଇ BCCIର ବଡ଼ ନିଷ୍ପତ୍ତି! କ୍ରିକେଟରଙ୍କୁ କରାଯିବ ମୁମ୍ବାଇ ଏୟାର ଲିଫ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଟିମ୍ ଇଣ୍ଡିଆର ୱିକେଟକିପର ଋଷଭ ପନ୍ତଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଆହତ କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାର ଲିଫ୍ଟ କରାଯିବ । ଡେରାଡୁନରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଏୟାର ଲିଫ୍ଟ ଚରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଲିଳାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ବନ୍ଦୋବସ୍ଥ କରାଯାଇଛି । ସୂଚନା ମୁତାବକ, ଲିଳାବତୀ ହସ୍ପିଟାଲରେ ଲିଗାମେଣ୍ଟ ଇଞ୍ଜୁରୀର ଚିକିତ୍ସା ହେବ । ବିସିସିଆଇ ଡାକ୍ତର ସ୍ୱତନ୍ତ୍ର ଭାବେ ଚିକିତ୍ସା ଅନୁଧ୍ୟାନ କରିବେ । ତେବେ ପନ୍ତଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ପ୍ରାୟ ୬ ମାସ ସମୟ ଲାଗିବାର ସମ୍ଭାବନା ରହିଛି । ପନ୍ତଙ୍କୁ ୨ ଜାନୁଆରୀରେ ଆଇସିୟୁର ପ୍ରାଇଭେଟ ରୁମରେ ସିପ୍ଟ କରାଯାଇଥିଲା ।

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଋଷଭଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ପନ୍ତଙ୍କ କାର ରେଲିଂରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ, ତାହା କାରରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କ ପିଠି ଏବଂ କାନ୍ଧରେ ମଧ୍ୟ ଆଘାତ ଲାଗିଛି ।

ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା । ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ନିଆଁ ଲିଭାଇବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Get real time updates directly on you device, subscribe now.