fbpx

ମନ୍ଦିରରେ ଯାଇ ରୁହନ୍ତୁ ମୋଦୀ, ରାଜନୀତିରେ ତାଙ୍କର କ’ଣ କାମ ? ମୋଦୀଙ୍କୁ କାହିଁକି ଏପରି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯଦି ସେ ଦେବତା ତେବେ ତ ସେ ରାଜନୀତିରେ ସାମିଲ ହେବା କଥା ନୁହେଁ । ଏହା ପରିବର୍ତ୍ତେ ତାଙ୍କ ସ୍ଥାନ ମନ୍ଦିରରେ ହେବା ଉଚିତ । କିଏ କହୁଛନ୍ତି ପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ ତ ଆଉ କିଏ କହୁଛି ସେ କୁଆଡେ ଦେବତାଙ୍କ ରାଜା । ଯଦି ସେ ଦେବତା ତେବେ ସେ ରାଜନୀତି କାହିଁକି କରୁଛନ୍ତି । ଏକ ର‌୍ୟାଲିରେ ମମତା କହିଛନ୍ତି ନରେନ୍ଦ୍ର ମୋଦୀ ଗୁଜରାଟର ନିରଙ୍କୁଶ ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ସେଠାରେ ଦଙ୍ଗା କରାଇଥିଲେ । କେବଳ ଏତିକି ନୁହେଁ ମମତା କହିଛନ୍ତି ଘୂର୍ଣ୍ଣିଝଡ ‘ରେମଲ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ଯେଉଁ ନଜର ରଖିଛନ୍ତି ବୋଲି କହିଛନ୍ତି ତାହା ସଂପୂର୍ଣ୍ଣ ମିଛ । ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏତେ ମିଛ କହିବା କ’ଣ ଶୋଭା ଦେଉଛି ବୋଲି ମମତା ପ୍ରଶ୍ନ କରିଛନ୍ତି ।

ମମତା ଅଭିଯୋଗ ଆଣିଛନ୍ତି କି ଯଦି ନରେନ୍ଦ୍ର ମୋଦୀ ଏଥର ପୁଣି କ୍ଷମତାକୁ ଫେରିବେ ତେବେ ଦେଶରେ ଧର୍ମ ଓ ବିଚାରର ସ୍ୱତନ୍ତ୍ରତା ରହିବ ନାହିଁ । ସେ କହିଛନ୍ତି ଯଦି ସେ ଏଥର କ୍ଷମତାକୁ ଆସିବେ ତେବେ କୌଣସି ନିର୍ବାଚନ ଲଢିବାକୁ ଦେବେ ନାହିଁ । ମମତା କହିଛନ୍ତି ସେ ବହୁ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି କିନ୍ତୁ ମୋଦୀଙ୍କ ପରି କାହାକୁ ଦେଖି ନାହାନ୍ତି । ଦେଶକୁ ଏପରି ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ନାହିଁ । ସେ ଇସ୍ତଫା ଦେଇଦେବା ଉଚିତ । କିଛି ଦିନ ଭିତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପାଲିଟିଯିବେ ।

Get real time updates directly on you device, subscribe now.