fbpx
BJD SKY
BJD SKY

ଘର ତିଆରି ପାଇଁ No Tension! ଦୀପାବଳି ପୂର୍ବରୁ କମିଗଲା ଲୁହାରଡ଼ ଦାମ୍, ଜାଣନ୍ତୁ କେତେ

BJD

ନୂଆଦିଲ୍ଲୀ : ଯଦି ଆପଣ ଏହି ଦୀପାବଳିରେ ନିଜ ସ୍ୱପ୍ନର ଘର ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ପାଇଁ ରହିଛି ଖୁସିଖବର । ଘର ତିଆରି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ଜିନିଷ ହେଉଥିବା ଲୁହା ରଡ଼ର ମୂଲ୍ୟ ହ୍ରାସ ପାଇଛି । ଏଥିରୁ ଆପଣଙ୍କୁ ବହୁତ ଲାଭ ମିଳିପାରେ ଓ ଆପଣଙ୍କ ଘର ନିର୍ମାଣର ମୂଲ୍ୟ ହ୍ରାସ ପାଇବ । ଗତ ୬ ମାସ ମଧ୍ୟରେ ଷ୍ଟିଲର ମୂଲ୍ୟ (ଟିଏମଟି ବାର୍ ରେଟ୍) ୪୦ ପ୍ରତିଶତ ହ୍ରାସ ପାଇଛି ।

ଏପ୍ରିଲ୍ ୨୦୨୨ ରେ ଘରୋଇ ବଜାରରେ ଲୁହା ରଡ ମୂଲ୍ୟରେ ବହୁତ ବୃଦ୍ଧି ଘଟିଥିଲା ଏବଂ ଏହାର ଟନ୍ ପିଛା ମୂଲ୍ୟ ୮୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । ଏପ୍ରିଲରେ ରେକର୍ଡ ହାଇ ହେବା ପରେ ଜୁନ୍ ମାସରେ ଲୁହା ରଡର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା । ତା’ପରେ ୧୦ ଜୁଲାଇ ପରେ ଲୁହା ରଡର ମୂଲ୍ୟ ପୁଣି ବଢ଼ିବାକୁ ଲାଗିଥିଲା । ପିଟିଆଇର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପୁଣି ଥରେ ମୂଲ୍ୟରେ ହ୍ରାସ ଘଟିଛି ଏବଂ ଲୁହା ରଡ୍ ମୂଲ୍ୟ ଟନ୍ ପିଛା ସର୍ବାଧିକ ୫୫,୨୦୦ ଟଙ୍କା ହୋଇଛି । ଏହା ଉପରେ କିଣୁଥିବା ଲୋକଙ୍କୁ ଏଥିପାଇଁ ୧୮ ପ୍ରତିଶତ ଜିଏସ୍ଟି ମଧ୍ୟ ଦେବାକୁ ପଡିବ ।

ଦେଶରେ ଲୁହା ରଡ୍ ମୂଲ୍ୟ ଉପରେ ନଜର ରଖୁଥିବା ଏକ ୱେବସାଇଟ୍ Ayronmart ଅନୁଯାୟୀ, ବର୍ତ୍ତମାନ ଦେଶର ସବୁଠାରୁ ଶସ୍ତା ଲୁହା ରଡ ଛତିଶଗଡର ରାୟଗଡରେ ମିଳୁଛି । ସେଠାରେ ଏହାର ମୂଲ୍ୟ ଟନ୍ ପିଛା ୫୦,୦୦୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର କାନପୁରରେ ଲୁହା ରଡର ମୂଲ୍ୟ ଦେଶରେ ସର୍ବାଧିକ ଏବଂ ୧୯ ଅକ୍ଟୋବର ୨୦୨୨ରେ ସେଠାରେ ଟନ୍ ପିଛା ୫୫,୨୦୦ ଟଙ୍କା ବିକ୍ରି ହେଉଥିଲା । ଗାଜିଆବାଦରେ ଲୁହା ରଡର ମୂଲ୍ୟ ଟନ୍ ପିଛା ୫୨,୨୦୦ ଟଙ୍କା ହୋଇଥିବା ବେଳେ ତେଲେଙ୍ଗାନାର ହାଇଦ୍ରାବାଦରେ ଟନ୍ ପିଛା ୫୨,୦୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ଲୁହାରଡର ମୂଲ୍ୟ ଟନ୍ ପିଛା ୫୩,୩୦୦ ଟଙ୍କା, ୟୁପିର ଗାଜିଆବାଦରେ ୫୨,୨୦୦ ଟଙ୍କା, ଗୁଜୁରାଟର ଭବନଗରରେ ୫୪୫୦୦ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ରର ମୁମ୍ବାଇରେ ୫୫,୧୦୦, ନାଗପୁରରେ ୫୧,୯୦୦ ଏବଂ ଜଲନାରେ ୫୪୦୦୦ ଟନ୍ ପିଛା ବିକ୍ରି ହେଉଛି । ରାଜସ୍ଥାନର ଜୟପୁରରେ ଲୁହା ରଡର ମୂଲ୍ୟ ଟନ୍ ପିଛା ୫୩୧୦୦ ଟଙ୍କା ଥିବାବେଳେ ଓଡ଼ିଶାର ରାଉରକେଲାରେ ଟନ୍ ପିଛା ୫୧୧୦୦ ଟଙ୍କା ରହିଛି । ତାମିଲନାଡୁର ଚେନ୍ନାଇରେ ଲୁହା ରଡର ମୂଲ୍ୟ ୫୪୫୦୦ ଟଙ୍କା । ବର୍ତ୍ତମାନ ମଧ୍ୟପ୍ରଦେଶର ଇନ୍ଦୋରରେ ଲଏୁହା ରଡଗୁଡିକ ଟନ୍ ପିଛା ୫୪,୨୦୦ ଟଙ୍କାରେ ବିକ୍ରି ହେଉଛି ।

Get real time updates directly on you device, subscribe now.