fbpx

ସାବତ ମାଆର ଜୁଲୁମ୍: ୮ ବର୍ଷର ଛୁଆକୁ ଘରେ ବାନ୍ଧି ରଖି ଖାଇବାକୁ ନଦେଇ କରୁଥିଲା ମାରପିଟ୍

ନୂଆଦିଲ୍ଲୀ, ୨୨ା୨: ଦିଲ୍ଲୀରେ ଏକ ୮ ବର୍ଷର ଛୁଆ ସହିତ ସାବତ ମାଆର ଅତ୍ୟାଚାର ଘଟଣାର ସାମନାକୁ ଆସିଛି । ସାବତ ମାଆ ପିଲାଟିକୁ ଖାଇବାକୁ ନ ଦେଇ ଘର ମଧ୍ୟରେ ବାନ୍ଧି ରଖୁଥିଲା । ଏଥିସହ ମାରପିଟ୍ ମଧ୍ୟ କରୁଥିଲା । ଛୁଆଟିର ଚିକ୍ରାର କଲୋନୀବାସୀ ଶୁଣିବା ପରେ ମହିଳା ଆୟୋଗର ହେଲପଲାଇନକୁ କଲ କରିଥିଲେ । ଆୟୋଗର ସଦସ୍ୟମାନେ ପହଞ୍ଚି ଛୁଆଟିକୁ କାନ୍ଦୁଥିବା ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ ।

ପିଲାଟିକୁ ଉଦ୍ଧାର କରାଯିବା ସମୟରେ ପିଲାଟି ବହୁତ ଭୟଭୀତ ଜଣାପଡ଼ୁଥିଲା । ଏପରିକି ସେ କଥା କହିବା ଅବସ୍ଥାରେ ନଥିଲା । ତା’ର ଶରୀରର ବିଭିନ୍ନ ସ୍ଥାନରେ ମାରପିଟର କ୍ଷତ ଚିହ୍ନ ସାବତ ମା’ର ବର୍ବରତାର କାହାଣୀ ପ୍ରମାଣିତ କରିଥିଲା । ପୂର୍ବରୁ ଏହି ଘଟଣାରେ କଲୋନୀର କିଛି ପଡ଼ୋଶୀ ପୋଲିସରେ ଖବର ଦେଇଥିଲେ ହେଁ ପୋଲିସ ଏହାକୁ ପାରିବାରିକ ଘଟଣା କହି ଏଡ଼ାଇ ଯାଇଥିଲା । ଉକ୍ତ ମହିଳାଙ୍କ ନାମରେ ଏ ପର୍ଯ୍ୟନ୍ତ ଏଫଆଇଆର ଦାୟର କରାନଯିବା ନେଇ ମହିଳା ଆୟୋଗ ପୋଲିସକୁ ନୋଟିସ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.