fbpx

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହାତକୁ ଆସିଲା ଷ୍ଟିକ୍ ବୋମା, ଆତଙ୍କୀ ଆକ୍ରମଣ ପାଇଁ ହୋଇପାରେ ବଡ ଷଡଯନ୍ତ୍ର!

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା ପାଇଁ ଆତଙ୍କବାଦୀମାନେ ଏକ ଭିନ୍ନ ପ୍ରକାରର ବୋମା ବ୍ୟବହାର କରିବା ଆରମ୍ଭ କରିଛନ୍ତି, ଯାହାକୁ ଷ୍ଟିକ୍ ବୋମା କୁହାଯାଉଛି । ଷ୍ଟିକ୍ ବୋମାଗୁଡ଼ିକରେ ଚୁମ୍ବକ ଲଗାଯାଇଛି । ଏପରି ପରିସ୍ଥିତିରେ, ଚଳନ୍ତା ଗାଡିରେ ବୋମାକୁ ଚୁମ୍ବକ ମାଧ୍ୟମରେ ଲଗାଯାଇ ବିସ୍ଫୋରଣ କରାଯାଇପାରେ । ଏହି ଷ୍ଟିକ ବୋମାଗୁଡିକ ସାଧାରଣତଃ ଆଇଡି ବୋମା ପରି, ଯାହାକି ପାପୁଲି ସାଇଜର ହୋଇଥାଏ । ଏହାକୁ ମ୍ୟାଗନେଟ ଚୁମ୍ବକୀୟ ମାଧ୍ୟମରେ ଗାଡିର ସାଇଡରେ ବା ଇନ୍ଧନ ଟ୍ୟାଙ୍କ ନିକଟରେ ଅତି ସହଜରେ ଲଗାଯାଇପାରିବ । ଏହିପରି ଭାବେ ଛୋଟ ବିସ୍ଫୋରକକୁ ବଡ଼ ବିସ୍ଫୋରଣରେ ପରିଣତ କରାଯାଇପାରେ ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଏହି ନୂଆ ଅସ୍ତ୍ର ସୁରକ୍ଷା ବାହିନୀ ହାତରେ ଲାଗିଛି । ଏହି ବୋମାରେ ଚୁମ୍ବକ ବ୍ୟବହାର କରାଯାଇ ଯେକୌଣସି ଗାଡିରେ ପ୍ରୟୋଗ କରାଯାଇପାରିବ । ଏହା ଓଜନରେ ହାଲୁକା ରହିଛି । ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା ବାହିନୀ ଷ୍ଟିକ୍ ବୋମା ଜବତ କରିଛନ୍ତି ।

ଯଦିଓ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରିବାରେ ସକ୍ଷମ ହୋଇନାହାଁନ୍ତି, କିନ୍ତୁ ପୁନରୁଦ୍ଧାର ପରଠାରୁ ସୁରକ୍ଷା ବାହିନୀ ଅଧିକ ସତର୍କ ହୋଇପଡିଛନ୍ତି । ଏହି ଷ୍ଟିକ୍ ବୋମା ପୂର୍ବରୁ ଫେବୃଆରୀ ୧୩, ୨୦୧୨ ରେ ଇସ୍ରାଏଲ୍ ଦୂତାବାସ କାର ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ହୋଇଥିଲା । ଏହି ଆକ୍ରମଣ ବାଇକ୍ ଆରୋହୀ ଦ୍ୱାରା କରାଯାଇଥିଲା ।

ତେବେ ଜମ୍ମୁ-କାଶ୍ମୀରରେ ଏଭଳି ବୋମା ପାଇବା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଆହୁରୀ ଶକ୍ତ ହୋଇଛି । ଆତଙ୍କବାଦୀଙ୍କ ଦ୍ୱାରା କିଛି ବଡ ଧରଣର ବିସ୍ଫୋରଣ ପାଇଁ ଯୋଜନା କରୁଥିବା ସନ୍ଦେହରେ ସଜାଗ ରହିଛନନ୍ତି ଭାରତୀୟ ଯବାନ ।

Get real time updates directly on you device, subscribe now.