ନୂଆଦିଲ୍ଲୀ: ସକାଳୁ ସକାଳୁ ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବିଶେଷକରି ଆଇଟି କମ୍ପାନୀ କ୍ଷେତ୍ରରେ ଏହି ହ୍ରାସ ଦେଖାଯାଇଛି । ଯଦି ଦେଖିବା ହିରୋ ମଟୋକାର୍ପ, ୟୁନାଇଟେଡ୍ ସ୍ପିରିଟ ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପଟେ ବିଏସଇ ସେୟାର ଟ୍ରେଣ୍ଡରେ ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କର ସେୟାର ଆରମ୍ଭରୁ ହିଁ ଅଧିକ ଦେଖାଯାଇଛି ।
ତେବେ ଷ୍ଟକ ମାର୍କେଟ ଆରମ୍ଭ ହେବାର ଅର୍ଥାତ 9.50 ମିନିଟରେ ସେନସେକ୍ସ ବୃଦ୍ଧି ପାଇବା ସହିତ ନିଫ୍ଟି ମଧ୍ୟ 25400 ଉପରକୁ ରହିଥିଲା । ଯାହାକି ମଙ୍ଗଳବାର ସହିତ ସମାନ ଅଟେ । ବ୍ୟାଙ୍କ ନିଫ୍ଟି ପାଇଁ ସେୟାର ବଜାରକୁ ରିଲିଫ ମିଳିଛି । କାରଣ ଆଇଟି ସେୟାର ହ୍ରାସ ପାଉଥିବା ବେଳେ ବ୍ୟାଙ୍କ ସେୟାର ବୃଦ୍ଧି ପାଉଥିବାରୁ ମାର୍କେଟରେ ସନ୍ତୁଳନ ଦେଖାଯାଇଛି । ଆଜି ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ଘରୋଇ ବ୍ୟାଙ୍କର ସେୟାର ମଜଭୁତ ରହିଛି । ବ୍ୟାଙ୍କ ନିଫ୍ଟିରେ 12ଟି ବ୍ୟାଙ୍କର ସେୟାର ବଢୁଛି । କେବଳ ଆକ୍ସିସ ବ୍ୟାଙ୍କର ସେୟାର କମିବାରେ ଲାଗିଛି ।
ବିଏସଇ ସେନସେକ୍ସ 42.52 ନିମ୍ନଗାମୀ ହୋଇ 83037ରେ ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟି 25402 ରହିଛି । ସକାଳ 9.40 ସମୟରେ ବିଏସଇ ସେନସେକ୍ସରେ ଉଚ୍ଛୁକତା ଦେଖାଯାଇଥିଲା । ସେହିପରି ଡାଉନ ହୋଇଥିବା ସେୟାର ମଧ୍ୟରେ ଅଧିକାଂଶ ଆଇଟି ରହିଛି । ତେବେ ଆସେଞ୍ଚର ପାଇଁ ଅଧିକ ଡାଉନ ଥିବା ଚର୍ଚ୍ଚା ହେଉଛି ।