fbpx
BSKY SKY
BSKY SKY

(VIDEO) ମହିଳାଙ୍କ ଆଖିରୁ ବାହାରୁଛି ପଥର; ଡାକ୍ତର ଦେଖି କହିଲେ…

BSKY

ବେଙ୍ଗାଲୁର: ଯଦି କୌଣସି ବ୍ୟକ୍ତି କାନ୍ଦେ ତେବେ ତା ଆଖିରୁ ଲୁହ ଝରିଥାଏ । କିମ୍ବା ଆଖିର କୌଣସି ସମସ୍ୟା ହେଲେ ଆଖିରୁ ପାଣି ଝରିଥାଏ । କିନ୍ତୁ କେବେ କୌଣସି ମଣିଷ ଆଖିରୁ ପଥର ବାହାରୁଥିବା କଥା ଜାଣିଛନ୍ତି କି ? ତେବେ କଥାଟି ବିଶ୍ୱାସ ହେଉନ ଥିଲେ ବି ଏହା ହିଁ ସତ । ଜଣେ ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୦୦ ପଥର ପଥର ବାହାରିଲାଣି । ଯାହାକି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ତେବେ ଏହିଭଳି ଏକ ଅବିଶ୍ୱାସନୀୟ ଘଟଣା ବେଙ୍ଗାଲୁରର ମହୀଶୂର ଅଞ୍ଚଳରେ ଦେଖିବାକୁ ମିଲିଛି । ତେବେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଆଖିରୁ ପଥର ବାହାରୁଛି । ଯାହାକି ସେଠାକାର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ତେବେ ମହିଳାଜଣଙ୍କ କହିବା ଅନୁଯାୟୀ, ପ୍ରଥମେ ତାଙ୍କ ମୁଣ୍ଡର ଗୋଟିଏ ପାଶ୍ୱର୍ରେ ଖୁବ ଯନ୍ତ୍ରଣା ହେଲା । ତାଙ୍କୁ ଏପରି ଅନୁଭବ ହେଉଥିଲା ଯେ, ତାଙ୍କ ମୁଣ୍ଡରେ କିଛି ପଦାର୍ଥ ଘୂରୀ ବୁଲୁଛି । ଏହାପରେ ମହିଳା ଜଣଙ୍କ ଆଖିରୁ ପାଣି ବାହାରିବା ସହ ଛୋଟ ଛୋଟ ପଥର ଖଣ୍ଡ ମଧ୍ୟ ବାହାରିଥିଲା । ଏହାକୁ ଦେଖିବା ପରେ ସେ ଭୟବିତ ହୋଇଯିବା ସହ ଏହି ମାମଲାରେ ଶିକ୍ଷୟତ୍ରୀ ଜଣକ ଗ୍ରାମବାସୀଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରି ନଥିଲେ । ଏହାପରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ତେବେ ଡାକ୍ତର ଏହି ମାମଲା ବିଷୟରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ଆଖି ଡାକ୍ତରଙ୍କୁ ଦେଖାଇବାକୁ ମହିଳା ଜଣଙ୍କୁ ପରାମର୍ଶ ଦେଇଥିଲେ ।

ତେବେ ଏହି ମହିଳାଙ୍କ ଆଖିରୁ ଗତ ୮ ଦିନ ଧରି ଏହିପରି ଛୋଟ ଛୋଟ ପଥର ଖଣ୍ଡ ବାହାରୁଥିବା ତାଙ୍କ ମା କହିଛନ୍ତି । ଯାହାକି ଏକ ଅବିଶ୍ୱାସନୀୟ ଏବଂ ବିଚିତ୍ର ଘଟଣା । ତେବେ ଏହାକୁ ଡାକ୍ତର ଦେଖି ସେ ମଧ୍ୟ ଅବାକ ହୋଇଯାଇଛନ୍ତି । ଏଥିସହିତ ସେ କହିଛନ୍ତି ରିପୋର୍ଟ ଆସିବା ପରେ ଏହି ଘଟଣାର ପ୍ରକୃତ ସତ୍ୟ ଜଣାପଡିବ ।

Get real time updates directly on you device, subscribe now.