fbpx

ମୋଦୀଙ୍କୁ ରୋକି ଲାଲକିଲ୍ଲାରୁ ଜାତୀୟ ପତାକା ହଟାଅ: ୧ ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଖଲିସ୍ତାନି ଆତଙ୍କୀ ସଂଗଠନ

ନୂଆଦିଲ୍ଲୀ: ଆଉ କିଛଦିନ ପରେ ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରିବ। ଏହା ପୂର୍ବରୁ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଖାଲିସ୍ଥାନ ସନ୍ତ୍ରାସବାଦୀ ଦଳ। ଖଲିସ୍ଥାନ ଆତଙ୍କି ସଂଗଠନ ଶିଖ ଫର୍ ଜଷ୍ଟିସ (sfj) ପକ୍ଷରୁ ଏମିତି କିଛି ଘୋଷଣା କରାଯାଇଛି। Sfj ପକ୍ଷରୁ କୁହାଯାଇଛି ଯଦି କେହି ବ୍ୟକ୍ତି ଲାଲ କିଲ୍ଲାରୁ ଭାରତୀୟ ତିରଙ୍ଗା ହଟାଇ ଖାଲିସ୍ଥାନୀ ପତାକା ଉଡ଼ାଇବ ତାହେଲେ ତାକୁ ୧ ମିଲିୟନ ଡଲାର ପୁରସ୍କାର ପ୍ରଦାନ କରାଯିବ।sfj ମୁଖ୍ୟ ଗୁରୁପତ୍ୱନ୍ତ ସିଂ ପନ୍ନୁ ଏହି ଘୋଷଣା କରିଛନ୍ତି। ଏକ Facebook ପୋଷ୍ଟ ଜରିଆରେ ଏହି ଘୋଷଣା କରାଯାଇଛି। ଏହା ସହିତ ପନ୍ନୁ ଭାରତୀୟ ତିରଙ୍ଗା ଜାଳୁଥିବା ଦେଖିବାକୁ ମିଳିଛି।

ଗତ ବର୍ଷ ଜାନୁଆରୀ ୨୬ ତାରିଖରେ ମଧ୍ଯ ସମାନ ଢଙ୍ଗରେ ହିଂସା କରିଥିଲା sfj। କୃଷକ ଆନ୍ଦଳନକାରୀଙ୍କ ଆଢ଼ୁଆଳରେ ଲାଲ୍ କିଲ୍ଲା ଉପରେ ଖାଲିସ୍ଥାନୀ ପତାକା ଉଡାଇଥିଲା। ଏହି କାମ ପାଇଁ ଗତ ବର୍ଷ ଅଢେ଼ଇ ଲକ୍ଷ ଡଲାର ପୁରସ୍କାର ଘୋଷଣା କରାଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଜନିତ ତ୍ରୁଟି ପାଇଁ ନିଜକୁ ଦାୟୀ କରିଛି sfj। ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ଫିରୋଜପୁର ଯାଉଥିବା ବେଳେ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରାୟ ୨୦ ମିନିଟ ଅଟକି ରହିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯାଇଥିବା ବେଳେ ପଞ୍ଜାବ ଡିଜିପିଙ୍କୁ ପରିବର୍ତ୍ତନ କରାଯାଇଥିଲା।

Get real time updates directly on you device, subscribe now.