fbpx

ବକୁଳ ସହ ବିଡିଏର ଭିନ୍ନ ପ୍ରୟାଶ:ପାର୍କରେ ଗପ ଶୁଣିବେ ପିଲା

ଭୁବନେଶ୍ୱର: ବକୁଳର ଆଉ ଏକ ଭିନ୍ନ ପ୍ରୟାସ । ପୁଣିଥରେ ଲୋକମାନଙ୍କୁ କାହାଣୀ ଶୁଣିବା ଦିଗକୁ ଆକୃଷ୍ଟ କରିବା ପାଇଁ ଆପଣେଇଛି ଆଉ ଏକ ମାଧ୍ୟମ । ପ୍ରଥମରୁ ବକୁଳ ଫାଉଣ୍ଡେସନ ତରଫରୁ ଅନେକ ନିଆଁରା ପ୍ରୟାସ କରାଯାଇଛି । କଳା ଭୂମିରେ ସେ ବସ ଲାଇବ୍ରେରୀ ହେଉ ଅବା ଗାନ୍ଧୀ ପାର୍କରେ ଟ୍ରି ଲାଇବ୍ରେରୀ । ସବୁ ବର୍ଗର ଲୋକମାନଙ୍କ ପାଇଁ ବକୁଳ ସବୁ ବେଳେ ତାର ପ୍ରୟାସ ଜାରି ରଖିଛି । ତେବେ ଏଥର କିଛି ନୂଆ କରିବାକୁ ଚେଷ୍ଟା କରିଛି ବକୁଳ ଫାଉଣ୍ଡେସନ ।

ମୁଖ୍ୟତଃ ରାଜଧାନରବାସୀ ସକାଳ ବେଳେ ଏବଂ ସନ୍ଧ୍ୟା ବେଳେ ପାର୍କ ବୁଲିବା ପାଇଁ ପସନ୍ଦ କରନ୍ତି । ଆଉ ଏଠାକୁ କେବଳ ଯୁବ ବର୍ଗ ନୁହେଁ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆସନ୍ତି । ଏହି ପାର୍କ ଗୁଡିକରେ ଖୋଲିବାକୁ ଯାଉଛି ଭୂ ଫେଷ୍ଟୋ । ଆଗକୁ ଆସୁଛି ହକି ବିଶ୍ୱ କପ ତେବେ ଏହି ସମୟରେ ତଥା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ କରି ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୪ଟି ପାର୍କ ସଥା ବୁଦ୍ଧ ଜୟନ୍ତୀ ପାର୍କ,ଇନ୍ଦିରା ଗାନ୍ଧୀ ପାର୍କ, କଲାମ ପାର୍କ ଓ କଳାଭୂମିରେ ଏହା ଆୟୋଜିତ ହେବ ।

ଏଥିପାଇଁ ବକୁଳ ଫାଉଣ୍ଡେସନ ସହାୟତାରେ ବିଡିଏ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଓଡିଶା ତଥା ଓଡିଶାବାହାରୁ ମଧ୍ୟ ବହୁ ବିଶିଷ୍ଟ କଳାକାର ଏହି ଷ୍ଟୋରୀ ଟେଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଏଥିରେ ଇଣ୍ଡୋନେସିଆ,ୟୁରୋପ,ଆଫ୍ରିକା,ଆମେରିକାରୁ ଷ୍ଟୋରୀ ଟେଲର ଆସି ପାର୍କରେ ଗପ ଶୁଣାଇବେ । କାହାଣୀରେ ଓଡିଶାର କ୍ରୀଡା , ସଂସ୍କୃତି ,ଖାଦ୍ୟ, ସ୍ଥାନ ଭଳି ଅନେକ ବିଷୟ ବସ୍ତୁ ରହିବ । ଏଥିରେ ପିଲା ମାନଙ୍କୁ ମଧ୍ୟ ଗପ କହିବାର ସୁଯୋଗ ଦିଆଯିବ ।

ବକୁଳ ଏବଂ ବିଡିଏର ଏହି ଭିନ୍ନ ପ୍ରୟାସରେ ବହୁ ପିଲାମାନଙ୍କୁ କିଛି ନୂଆ ଅନୁଭୂତି ମିଳିବ । ଏହା ସହିତ ସେମାନେ ନିଜର ପ୍ରତିଭା ମଧ୍ୟ ଦେଖାଇ ପାରିବେ ।

Get real time updates directly on you device, subscribe now.