fbpx

ଆଜି ଫିଫା ବିଶ୍ୱକପ୍ ଫାଇନାଲ: ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ମଧ୍ୟ ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ଆଜି ଲୁସାଇଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । ଯେଉଁଥିରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ପରସ୍ପର ସହ ମୁହାଁମୁହିଁ ହେବେ । ଯାହାକୁ ନେଇ ଖେଳ ପ୍ରମୀଙ୍କ ମନରେ ଉତ୍ସାହ ଭରି ରହିଛି ।

ତେବେ ଫ୍ରାନ୍ସ ମରକ୍କୋକୁ ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆର୍ଜେଣ୍ଟିନା ମଧ୍ୟ ତାର ପ୍ରତିଦ୍ୱନ୍ଦିକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଉଭୟ ଦଳ ଆଜି ଲୁସାଇଲ୍ ଆଇକନିକ୍ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।ତେବେ ପୂର୍ବରୁ ଦୁଇଥର ଟ୍ରଫି ହାତେଇବା ପାଇଁ ଏହି ଦୁଇ ଦଳ ଚେଷ୍ଟା କରିଥିବା ବେଳେ ଆଜି ତୃତୀୟଥର ସେମାନେ ପ୍ରୟାସ କରିବେ । ଏତତ୍ ବ୍ୟତୀତ ଏହି ମ୍ୟାଚରେ ମେସି ଏବଂ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ ୫ଟି ଲେଖାଏଁ ଗୋଲ୍‌ ଦେଇ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି । ତେବେ ମେସିଙ୍କର ଏହା ଶେଷ ବିଶ୍ବକପ୍‌ ମ୍ୟାଚ୍‌‌ ହୋଇଥିବାରୁ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ।

ପୂର୍ବରୁ ଏହି ଦୁଇ ଦଳ ଆନ୍ତର୍ଜାତିକ ସ୍ତରରେ ୧୨ଥର ଭେଟାଭେଟି ହୋଇଥିଲା ବେଳେ ଆର୍ଜେଣ୍ଟିନା ୬ ଓ ଫ୍ରାନ୍ସ ୩ଥର ବିଜୟୀ ହୋଇଛି। ଏତତ୍ ବ୍ୟତୀତ ଫିଫା ବିଶ୍ବକପ୍‌ରେ ମଧ୍ୟ ପରସ୍ପର ମଧ୍ୟରେ ୩ ମୁକାବିଲାରୁ ଆର୍ଜେଣ୍ଟିନା ୨-୧ରେ ଆଗୁଆ ରହିଛି।

Get real time updates directly on you device, subscribe now.