fbpx

ହାତୀ ଆକ୍ରୋଶର ଶିକାର, ଜଣେ ମୃତ

ଦେବଗଡ଼: ବାରମ୍ବାର ଜନ ବସତି ମୁହାଁ ହେଉଛନ୍ତି ଗଜରାଜ । ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ହାତୀ ଅକ୍ରମଣର ଶୀକାର ହେଉଛନ୍ତି ନିରିହ ମଣିଷ ମାନେ । ଆଜି ଦେବଗଡ଼ ଜିଲ୍ଲାର ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦାର ଗାଁରେ ହାତୀ ଜଣେ ଚାଷୀଙ୍କୁ ମାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ନିଜ ଜମିରେ ଅମଳ ହୋଇଥିବା ଧାନକୁ ସୁରକ୍ଷା ଦେବା ନେଇ ଚାଷୀ ଖଳାରେ ଉପସ୍ଥିତ ଥିଲେ । ବନ୍ୟଜନ୍ତୁ ବାରମ୍ବାର ଶସ୍ୟକୁ ଖାଇଦେଉଥିବାରୁ ସେ ତାଙ୍କୁ ଘଉଡାଇବା ପାଇଁ ସେଠାରେ ଜଗିଥିଲେ । ଘଟଣାସ୍ଥଳରେ ରାତିରେ ହାତୀ ଧାନ ଖାଇବା ପାଇଁ ଖଳାରେ ପହଁଚିଥିଲା । ହାତୀକୁ ଦେଖି ଛାଷୀ ଜଣକ ଘଉଡ଼େଇବାକୁ ଉଦ୍ୟମ କରିଥିଲେ । ହେଲେ ହାତୀ ବ୍ୟକ୍ତିଙ୍କ ଉପରେ ଚଢି ଦଳିଦେଇଥିଲା । ଫଳରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଥିବା କଥା ଜଣାପଡିଛି ।

ଘଟଣାସ୍ଥଳରେ ସେହି ଅଂଚଳର ଥାନା ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ଯାଇଛି । ସରକାରୀ ସହାୟତା ରାଶିର ଚେକ୍ ପ୍ରଦାନ ପାଇଁ ଉଦ୍ୟମ କରାଯାଉଛି । ଦେଖିବାକୁ ଗଲେ ସେହି ଅଂଚଳ ମାନଙ୍କରେ ବାରମ୍ବାର ହାତୀପଲଙ୍କ ଆକ୍ରମଣ ପାଇଁ ସାଧାରଣ ମଣିଷଙ୍କ ଜୀବନ ଚାଲିଯାଉଛି । ହାତୀ ଏପରି ପଶି ଆସି ଲୋକଙ୍କ ଶସ୍ୟ ଖାଇବା ସହ ମଣିଷ ମାନଙ୍କୁ ଦଳିଦେଇ ମାରିଦେଉଛି । ବନ ବିଭାଗ କର୍ମଚାରୀଙ୍କର ଖାମଖିଆଲି ନିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.