fbpx
BJD
BJD SKY
BJD SKY

ଭାରତୀୟ ଯୁବପିଢ଼ି ଯୌନ ରୁଚିରେ ଆମେରିକା ଆଉ ବ୍ରିଟେନ ଯୁବକ ଯୁବତୀ ଠାରୁ ଆଗରେ: ବମ୍ବଲ୍ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସେକ୍ସ ଓ ଇଣ୍ଟିମେସି(ଅନ୍ତରଙ୍ଗତା)କୁ ନେଇ ୬୫ ପ୍ରତିଶତ ଅବିବାହିତ ଭାରତୀୟଙ୍କ ଚିନ୍ତାଧାରା ବଦଳିଛି । ତେବେ କରୋନା କାଳରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି । ୱମେନ୍-ଫାଷ୍ଟ ଡେଟିଂ ଆପ୍ ଏବଂ ସୋସିଆଲ୍ ନେଟୱର୍କିଂ ପ୍ଲାଟଫର୍ମ ବମ୍ବଲ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି । ବମ୍ବଲ ପକ୍ଷରୁ “ଇର୍ଟିମେସି ଇନ୍ ପାଣ୍ଡେମିକ୍” ନାମରେ ଏକ ରିପୋର୍ଟ ଜାରି ହୋଇଛି ।

ଏହି ରିପୋର୍ଟରେ ସେକ୍ସ ଓ ଇଣ୍ଟିମେସିକୁ ନେଇ ଲୋକଙ୍କ ଚିନ୍ତାଧାରାରେ ଏକ ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଆକଳନ ଦର୍ଶାଉଛି ଯେ, ଲକଡାଉନ୍ ଧାରା ଜାରି ରହିଥିବାବେଳେ କିପରି ଅବିବାହିତ ମାନଙ୍କ ପାଇଁ ଡେଟିଂର ପୂରା ପରିଦୃଶ୍ୟ ବଦଳିଯାଇଛି । ବମ୍ବଲ ଆପ୍ ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ, ଅନ୍ତରାଷ୍ଟ୍ରୀୟ ସ୍ତରରେ ବମ୍ବଲ ବ୍ୟବହାରକାରୀଙ୍କ ମଧ୍ୟରେ ସେକ୍ସ ଏକ୍ସପ୍ଲୋରେସନ୍ ପ୍ରତି ଖୋଲାପଣ ବଢ଼ିଛି । ଆମେରିକା, ବ୍ରିଟେନ୍, କାନାଡା ତୁଳନାରେ ଭାରତରେ ଏଭଳି ବମ୍ବଲ ୟୁଜର୍ସଙ୍କ ସଂଖ୍ୟା(୩୪%) ସର୍ବାଧିକ ରହିଛି । ସେମାନେ ସେକ୍ସ ସମ୍ପର୍କରେ ଖୋଲାଖୋଲି ଭାବରେ ନିଜ ମତ ପ୍ରକାଶ କରୁଛନ୍ତି ।

ନିକଟରେ ହୋଇଥିବା ବମ୍ବଲ ସର୍ବେକ୍ଷଣରୁ ଜଣାପଡିଛି ଯେ, ୬୫% ଅବିବାହିତ ଭାରତୀୟ ଦାବି କରିଛନ୍ତି ଯେ ମହାମାରୀ ସମୟରେ ଯୌନ ସମ୍ପର୍କ ଏବଂ ଅନ୍ତରଙ୍ଗତା ପ୍ରତି ସେମାନଙ୍କର ମନୋଭାବରେ ପରିବର୍ତ୍ତନ ଆସିଛି । ସର୍ବେକ୍ଷଣ କରାଯାଇଥିବା ତିନି ଜଣଙ୍କ ମଧ୍ୟରୁ ଜଣେ (୩୭%) ଦାବି କରିଛନ୍ତି ଯେ ସେମାନେ ବର୍ତ୍ତମାନ ଡେଟ୍ କରୁଥିବା ବ୍ୟକ୍ତିଙ୍କ ସହ ସେମାନଙ୍କର ସୀମା ଏବଂ ଇଚ୍ଛା ବାଣ୍ଟିବାକୁ ଅଧିକ ଖୋଲା ଅଛନ୍ତି। ମାର୍ଚ୍ଚ ୨୦୨୧ରେ ଭାରତରେ ଜାରି ରହିଥିବା ଦ୍ୱିତୀୟ ଲହରରେ ପାଖାପାଖି ତିନି ଜଣଙ୍କ ମଧ୍ୟରୁ ଜଣେ (୩୩%) ଲୋକ ଡେଟିଂ ଆପ୍ ରେ ଦେଖା ହୋଇଥିବା ପାର୍ଟନର୍ ଙ୍କ ସହିତ ରହିବା ଆରମ୍ଭ କରିଦେଇଥିଲେ ।

ବମ୍ବଲ ଦ୍ୱାରା ସର୍ଭେ କରାଯାଇଥିବା ପ୍ରାୟ ଅର୍ଦ୍ଧେକ (୪୭%) ଭାରତୀୟ କହିଛନ୍ତି ଯେ ସେମାନେ ସେମାନଙ୍କର ସାଥୀଙ୍କଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ଅଧିକ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ସର୍ବେକ୍ଷଣ କରାଯାଇଥିବା ବମ୍ବଲ ବ୍ୟବହାରକାରୀ ଅଧାରୁ ଅଧିକ (୬୦%) ଲୋକ ଲକଡାଉନ୍ ପ୍ରତିବନ୍ଧକ ହଟିବା ପରେ ସେମାନେ ଅଧିକ ସେକ୍ସୁଆଲ୍ ଆକ୍ଟିଭ୍ ରହିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.