fbpx
BSKY
BJD MC SKY
BJD YOUTH SKY

‘ଆନିମଲ’ ଫିଲ୍ମ ଦେଖିବା ପରେ ନେଇଗଲେ ୬ ବର୍ଷୀୟ ନାବାଳକର ଜୀବନ: ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶ: ଭାରତୀୟଙ୍କ ମଧ୍ୟରେ ସିନେମାକୁ ନେଇ ଭିନ୍ନ ପ୍ରକାର କ୍ରେଜ ରହିଛି । ଭାରତୀୟ ସିନେ ପ୍ରଶଂସକ କେବଳ ଚଳଚ୍ଚିତ୍ର ଦେଖିନଥାନ୍ତି ବରଂ ସେଥିରୁ ପ୍ରେରିତ ହୋଇ ସାଧାରଣ ଜୀବନରେ ତାହାର ଉପଯୋଗ ମଧ୍ୟ କରିଥାନ୍ତି । ତେବେ ଏପରି ଘଟଣା କ୍ରମରେ ଜଣେ ବ୍ୟକ୍ତି ‘ଆନିମଲ’ ଚଳଚ୍ଚିତ୍ରରୁ ପ୍ରେରିତ ହୋଇ ଏକ ଛ’ ବର୍ଷର ନିରୀହ ବାଳକକୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦ ତାନା ଅନ୍ତର୍ଗତ ରାମଗଡ଼ ଗାଁରେ । ଅଭିଯୁକ୍ତ ଆନିମଲ ଚଳଚ୍ଚିତ୍ର ଦେଖି ଫେରୁଥିବା ସମୟରେ ପିତାଙ୍କ ଅପମାନର ପ୍ରତିଶୋଧ ନେବାକୁ ଯାଇ ଏପରି କରିଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତଙ୍କ ନାମ ବିଲାଲ ଏବଂ ମୃତ ବାଳକର ନାମ ଅଜୁବର ।

ମିଳିଥିବା ସୂଚନା ଅନୁଯାୟୀ, ଅଜୁବରଙ୍କ ପିତା ଏବଂ ବିଲାଲଙ୍କ ମଧ୍ୟରେ ଅନେକ ଦିନ ହେବ କଳହ ଲାଗି ରହିଥିଲା । ତେବେ ଏହା ମଧ୍ୟରେ ବିଲାଲ ‘ଆନିମଲ’ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲେ । ତେବେ ଏହି ଚଳଚ୍ଚିତ୍ର ପିତା-ପୁତ୍ରଙ୍କ ଭଲପାଇବା ଉପରେ ପର୍ଯ୍ୟବେଷିତ । ତେବେ ଏହାକୁ ଦେଖି ଫେରିବା ପରେ ବିଲାଲଙ୍କୁ ମଧ୍ୟ ନିଜ ପିତାଙ୍କର ଅପମାନ ବିଷୟ ମନେ ପଡ଼ିଥିଲା । ତେବେ ଏହାର ପ୍ରତିଶୋଧ ନେବା ପାଇଁ ସେ ପହଞ୍ଚିଥିଲେ ଅଜୁବରଙ୍କ ଘରେ ।

ସେ ପ୍ରଥମେ ଅଜୁବରଙ୍କୁ ତାଙ୍କ ଘର ସାମ୍ନାରୁ ଅପହରଣ କରିଥିଲେ । ଏହା ପରେ ଏକ ରଶି ଦ୍ୱାରା ତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିବା ପରେ ସେଠାରେ ଥିବା ଏକ ଖାଲି ଫ୍ଲାଟରେ ତାଙ୍କର ମୃତଦେହକୁ ଫେପାଡ଼ି ସେଠାରୁ ଫେରାର ହୋଇଯାଇଥିଲେ ।

ଅନ୍ୟପକ୍ଷରେ, ମଙ୍ଗଳବାର ସନ୍ଧ୍ୟାରେ ଅଜୁବରଙ୍କ ପରିବାର ଲୋକେ ତାଙ୍କର ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ୬ ବର୍ଷୀୟ ଅଜୁବରଙ୍କୁ ଖୋଜାଖୋଜି କରିଥିଲା । ତେବେ ଗତକାଲି ଅଜୁବରଙ୍କ ମୃତଶରୀର ଏକ ଖାଲି ଫ୍ଲାଟରେ ମିଳିଥିଲା । ତେବେ ଅଜୁବରଙ୍କ ଗଳାରେ ରଶି ମଧ୍ୟ ପୁଲିସ ଜବତ କରିଥିଲା । ତେବେ ଅଜୁବର ବିଲାଲଙ୍କ ସାଙ୍ଗରେ ଯାଇଥିବା ତାଙ୍କର ଜଣେ ସମ୍ପର୍କୀୟ ଦେଖିଥିବା କହିଛି ପୁଲିସ । ଏହା ପରେ ବିଲାଲର ଜଣେ ସହଯୋଗୀ ମଧ୍ୟ ସେଠାରେ ଉପସ୍ଥିତ ଥିବା ମଧ୍ୟ କହିଛି ପୁଲିସ ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ତେବେ ସେମାନଙ୍କ ବିରୋଧରେ ହତ୍ୟାର ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ସହିତ ଉଭୟଙ୍କୁ ଏ ବାବଦରେ ଅଧିକ ପଚରା ଉଚରା ଜାରି ରଖିଛି ।

Get real time updates directly on you device, subscribe now.