fbpx
BSKY SKY
BSKY SKY

ଦରମା ବା ସାଲାରୀକୁ ନେଇ ରହିଛି କି ଆପଣଙ୍କ ଆପତ୍ତି, ଏପରି କଲେ ନିଶ୍ଚୟ ବଢିବ ଆପଣଙ୍କ ସାଲାରୀ

BSKY

ନୂଆଦିଲ୍ଲୀ: ଦରମା ବା ସାଲାରୀକୁ କର୍ମଚାରୀଙ୍କ କ୍ୟାରିୟର ସହ ଯୋଡା ଯାଇ ଦେଖାଯାଇଥାଏ । ଯଦି ୭-୮ ବର୍ଷରେ ଆପଣଙ୍କ ଦରମା ୨ ଗୁଣ ହୋଇପାରିନାହିଁ ତେବେ ଆପଣ ନିଜ କାମ ଉପରେ ଧ୍ୟାନ ଦେବା ଉଚିତ ।

ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଠାରୁ ପ୍ରାୟ ସମୟରେ ଏପରି ଅଭିଯୋଗ ଶୁଣିବାକୁ ମିଳିଥାଏ କି ଆମ ଦରମା ବହୁତ କମ୍‌, ଦରମା ଠିକ୍ ଭାବରେ ବଢୁନାହିଁ ଇତ୍ୟାଦି ଇତ୍ୟାଦି । କାରଣ ଅଧିକାଂଶ କର୍ମଚାରୀ ସେମାନଙ୍କ ସହ କାମ କରୁଥିବା ଲୋକଙ୍କ ସହ ନିଜର ତୁଳନା କରିଥାନ୍ତି । ଏହାପରେ ଏପରି ମାମଲାରେ କର୍ମଚାରୀ ସେମାନଙ୍କ ମ୍ୟାନେଜର କିମ୍ବା ବସ୍‌ଙ୍କ ଉପରେ ଦରମା ବଢାଉ ନ ଥିବାର ଅଭିଯୋଗ ଆଣିଥାନ୍ତି । କିଛି ମାମଲାରେ ତ ପକ୍ଷପାତିତା ହୋଇଛି ବୋଲି ଅଭିଯୋଗ ହୋଇଥାଏ ।

ବାସ୍ତବରେ ସମସ୍ତେ ନିଜ ଦରମା ବୃଦ୍ଧି ହେଉ ବୋଲି ଚାହାନ୍ତି ଓ ପ୍ରାୟ ସମୟରେ ଲୋକମାନେ ଅନ୍ୟମାନଙ୍କ ସହ ନିଜ ଦରମାର ତୁଳନା କରିଥାନ୍ତି । ଏହା କିନ୍ତୁ ପୁରା ଭୁଲ୍ । ଆପଣଙ୍କର ବି ଯଦି ଏହି ପ୍ରକାର ଅଭିଯୋଗ ରହିଛି ତେବେ ଆପଣ ନିଜ ଚିନ୍ତାଧାରା ବଦଳାଇ ଦିଅନ୍ତୁ । ତେବେ କେଉଁ ପରିସ୍ଥିତିରେ କର୍ମଚାରୀ ନିଜ ଦରମା ବିଷୟରେ ଭାବିବା ଉଚିତ ଆସନ୍ତୁ ଜାଣିବା ।

ଅନ୍ୟ ସହ ତୁଳନା କରିବା ପରିବର୍ତ୍ତେ ନିଜ ସାଲାରୀ ଗ୍ରୋଥର ଚିତ୍ର ଆଙ୍କିବା ବହୁତ ଜରୁରୀ । ଆପଣ ଭଲ ଭାବେ ଜାଣିଛନ୍ତି କି ଦେଶରେ ଦିନକୁ ଦିନ ମୁଦ୍ରାସ୍ଫୀତି ବଢିବାରେ ଲାଗିଛି । ଫଳରେ ଖାଦ୍ୟପେୟ ଠାରୁ ସମସ୍ତ ଜିନିଷର ମୂଲ୍ୟ ବଢିବାରେ ଲାଗିଛି । ପ୍ରତିବର୍ଷ ୭% ହାରରେ ମୁଦ୍ରାସ୍ଫୀତି ବଢିବାରେ ଲାଗିଛି । ଏହାର ଅର୍ଥ କାହାର ବ୍ୟୟ ଚଳିତ ବର୍ଷ ପ୍ରତି ମାସରେ ୧ ଲକ୍ଷ ହେଉଥିବା ବେଳେ ଆଗାମୀ ବର୍ଷ ଏହା ବୃଦ୍ଧି ପାଇ ୧୦୭ ଲକ୍ଷ ଟଙ୍କା ହୋଇଯିବ । ଏପରି ସ୍ଥିତିରେ ମୁଦ୍ରାସ୍ଫୀତିକୁ ପ୍ରତିହତ କରିବା ପାଇଁ ସାଲାରୀରେ ୭%ରୁ ଅଧିକ ବୃଦ୍ଧି ଜରୁରୀ । କିନ୍ତୁ ଯଦି ୫% ହାରରେ ସାଲାରୀ ବୃଦ୍ଧି ଘଟିବ ତେବେ ମହଙ୍ଗା ସ୍ଥିତିକୁ ସାମ୍ନା କରିବା ଲାଗି ଖର୍ଚ୍ଚ କମ୍ କରିବାକୁ ହେବ ।

ଏବେ ଏକ ପ୍ରଶ୍ନ ଉଠୁଛି କି ସାଲାରୀ କେତେ ରହିବା ଉଚିତ ଓ କେତେ ବଢିବା ଉଚିତ । ମୁଦ୍ରାସ୍ଫୀତି ଓ ଉଦ୍ୟୋଗର ବିକାଶ ଅନୁସାରେ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ଦରମା ୭-୮ବର୍ଷରେ ୨ଗୁଣ ହେବା ଉଚିତ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ଧରି କୌଣସି ସେକ୍ଟରରେ କାମ କରୁଛନ୍ତି କିନ୍ତୁ ଆପଣଙ୍କ ଦରମା ୭-୮ ବର୍ଷରେ ବି ୨ ଗୁଣ ହେଉନାହିଁ ତେବେ ଆପଣଙ୍କ ଲାଗି ଏହା ଚିନ୍ତା କରିବାର କଥା । ଏହାକୁ ନେଇ ଆପଣ କେବଳ କମ୍ପାନୀ ଉପରେ ଦୋଷ ଦେଇପାରିବେ ନାହିଁ । ଏହା ପରିବର୍ତ୍ତେ ଆପଣଙ୍କୁ ନିଜ କାମ ଉପରେ ଧ୍ୟାନ ଦେବାକୁ ହେବ । ଏହା ବ୍ୟତିତ ସାଲାରୀକୁ ନେଇ ଉପଯୁକ୍ତ ସମୟ ଦେଖି ନିଜ ମ୍ୟାନେଜରଙ୍କ ସହ କଥା ହୁଅନ୍ତୁ । ଏହା ବ୍ୟତିତ ଦୀର୍ଘ ସମୟ ଧରି ଗୋଟିଏ କମ୍ପାନୀରେ ପଡି ରହିବା ବି ଅନ୍ୟତମ କାରଣ ହୋଇପାରେ । କ୍ୟାରିୟରରେ ଗ୍ରୋଥ ଲାଗି ଚାକିରୀ ଓ ଦାୟିତ୍ୱରେ ସମୟ ସମୟରେ ପରିବର୍ତ୍ତନ ବି ଜରୁରୀ ।

Get real time updates directly on you device, subscribe now.