fbpx

ମହାକାଶକୁ ମନା ଏହି ସବୁ ଜିନିଷ, କାରଣ କହିଲା NASA

ନୂଆଦିଲ୍ଲୀ: ମହାକାଶ ଦୁନିଆ ଚନ୍ଦ୍ର ଏବଂ ତାରାମାନଙ୍କ ଗହଣରେ ବହୁତ ରଂଗୀନ ଦେଖାଯାଏ । କିନ୍ତୁ ଅମ୍ଳଜାନ ଏବଂ ବାୟୁ ଅଭାବରୁ ଜୀବନ ବହୁତ ଚ୍ୟାଲ୍ୟେଞ୍ଜିଂ ହୋଇଥାଏ । ମହାକାଶଚାରୀମାନେ ସେଠାରେ କ’ଣ ଖାଇଥାନ୍ତି ? ଏ ବିଷୟରେ ଅଧିକାଂଶ ଲୋକମାନଙ୍କୁ ଧାରଣା ନଥିବ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ପେୟ ବିଷୟରେ ଯାହାକୁ ମାହାକାଶଚାରୀମାନେ ନିଜ ସହ ନେଇପାରିବେ ନାହିଁ ।

୧. ବ୍ରେଡ୍, ବିସ୍କୁଟ ଇତ୍ୟାଦି: ଏଭଳି ଖାଦ୍ୟ ମହାକାଶରେ ଶୂନ୍ୟରେ ଭାସିଥାଏ ଯାହା ମହାକାଶଚରୀଙ୍କ ଆଖିକୁ କ୍ଷତି ପହଞ୍ଚାଇପାରେ । ବ୍ରେଡ୍, ବିସ୍କୁଟ ଭଳି ଖାଦ୍ୟ ସହଜରେ ଓଦା ହେବାର ସମ୍ଭାବନା ରହିଛି ।

୨. କୋଲ୍ଡ ଡ୍ରିଂକ୍, ଜୁସ୍: କୋଲ୍ଡ ଡ୍ରିଙ୍କ୍, ଜୁସ୍ ଭଳି କାର୍ବୋନେଟେଡ୍ ପେୟ ସହ କ୍ଷୀର, ଆଇସକ୍ରିମ ଇତ୍ୟାଦି ଫ୍ରିଜରେ ରଖା ହୁଏ । ସେଠାରେ ଫ୍ରିଜ୍ ସୁବିଧା ନଥିବାରୁ ଏହି ସବୁ ଜିନିଷ ଖରାପ ହୋଇପାରିବ । ଏହା ବାଦ୍ ଏହି ସବୁ ଉଡ଼ି ଉଡ଼ି ଯାଇ ମହାକାଶଚରୀଙ୍କୁ କ୍ଷତି ପହଞ୍ଚାଇପାରିବ ।

୩. ଲୁଣ, ଚିନି ଇତ୍ୟାଦି: ମହାକାଶଚାରୀମାନେ ଲୁଣ, ଚିନି ବା କୋ÷ଣସି ପ୍ରକାର ମସଲା ସେମାନଙ୍କ ସହ ନେଇପାରିବେ ନାହିଁ । ଏହି ସବୁ ମସଲା ମହାକାଶଚାରୀଙ୍କ ଆଖି, କାନ, ନାକରେ ପ୍ରବେଶ କରି ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ବର୍ତ୍ତମାନ ଏହି ସବୁ ମସଲା ଗୁଡ଼ିକୁ ତରଳ ଆକାରରେ ନେବାକୁ ଅନୁମତି ଦିଆଯାଇଛି ।

୪. ପିଜା: ମହାକାଶଚାରୀଙ୍କୁ ପିଜା ନେବା ପାଇଁ ବାରଣ କରାଯାଇଛି କାରଣ ସେଠାରେ ତାପମାତ୍ରା ସବୁ ବେଳେ ପରିବର୍ତ୍ତନ ହେଉଥାଏ । ସେଠାରେ ପିଜାର ସ୍ୱାଦ ବିଗିଡ଼ିବା ସହ ନଷ୍ଟ ବି ହୋଇପାରେ ।

୫. ମଦ୍ୟପାନ: ମହାକାଶରେ ମଦ୍ୟପାନ କରିବା ନିଷେଧ ଅଟେ । ମଦ ସ୍ପେସ୍ ଷ୍ଟେସନରେ ଥିବା ଉପକରଣ ଗୁଡ଼ିକୁ ନଷ୍ଟ କରିପାରିବ । ଏହା ସହ ମଦ୍ୟପାନ ମହାକାଶଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

Get real time updates directly on you device, subscribe now.