fbpx

Bank of Baroda ଓ SBIରେ ଆକାଉଣ୍ଟ ଥିଲେ ଧ୍ୟାନ ଦିଅନ୍ତୁ: ନୂଆ ବର୍ଷ ପୂର୍ବରୁ ଶାଖା ପରିଦର୍ଶନ କରିବା ନିହାତି ଜରୁରୀ

ଓଡିଶା ଭାସ୍କର: ନୂଆ ବର୍ଷ ବା ୨୦୨୪କୁ ମାତ୍ର ଆଉ କେଇ ଦିନ ବାକି ରହିଲା । ତେବେ ଏହା ପୂର୍ବରୁ ଅର୍ଥାତ ୩୧ ଡିସେମ୍ବର ଭିତରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟର ଶେଷ ସୀମା ନିର୍ଦ୍ଧାରିତ ହୋଇଛି। ଏହି କ୍ରମରେ BOB ଏବଂ SBI ଗ୍ରାହକମାନେ ୩୧ ଡିସେମ୍ବର ପୂର୍ବରୁ ଶାଖା ପରିଦର୍ଶନ କରିବା ଜରୁରୀ। କାରଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏବଂ ବ୍ୟାଙ୍କ ଅଫ୍ ବରୋଦା (BOB) ରେ ବ୍ୟାଙ୍କ ଲକର ଥିବା ଗ୍ରାହକଙ୍କୁ ବ୍ୟାଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡିବ। ତେବେ ସମସ୍ତ ବ୍ୟାଙ୍କକୁ ବ୍ୟାଙ୍କ ଲକର ପାଇଁ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଗ୍ରାହକଙ୍କୁ ଜଣାଇବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ଯଦି ଆପଣଙ୍କର ଏସବିଆଇ କିମ୍ବା ବ୍ୟାଙ୍କ ଅଫ୍ ବରୋଦାରେ ବ୍ୟାଙ୍କ ଲକର ଅଛି, ତେବେ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ମାତ୍ର ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପଡିବ।

ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ନାମାଙ୍କନ ଯୋଗକରିବାର ଶେଷ ତାରିଖ।

ଯଦି ଆପଣ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟରେ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ନାମାଙ୍କନ ଘୋଷଣା କରୁ ନାହାନ୍ତି ତେବେ ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟ ଫ୍ରିଜ୍ ହୋଇଯିବ । ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟସୀମାକୁ ହାତଛଡ଼ା କରନ୍ତି, ତେବେ ଆପଣ ଟଙ୍କା ପ୍ରତ୍ୟାହାର କିମ୍ବା ଜମା କରିବାରେ ସମର୍ଥ ହେବେ ନାହିଁ । ମ୍ୟୁଚୁଆଲ୍ ଫଣ୍ଡ ସହିତ, ଡେମାଟ୍ ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ୩୧ ଡିସେମ୍ବର ସୁଦ୍ଧା ନାମାଙ୍କନ ଦେବା ବାଧ୍ୟତାମୂଳକ ।

ଏସବିଆଇ ଅମୃତ କଳସ ସମେତ ଅନେକ ସ୍ୱତନ୍ତ୍ର (Fixed Deposit)FD ର ସମୟସୀମା।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଏଫଡି ସ୍କିମ୍ ସହିତ ଅମୃତ କଳସ ସ୍କିମ୍ ଓ ଅନେକ ସ୍ୱତନ୍ତ୍ର ଏଫଡିର ଅବଧି ତାରିଖ ୩୧ ଡିସେମ୍ବରରେ ଶେଷ ହେଉଛି। ଏହି ପରିସ୍ଥିତିରେ, ଆପଣଙ୍କ ପାଖରେ ଆଉ ମାତ୍ର ୧୦ ଦିନ ବାକି ଅଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଆପଣ ଏସବିଆଇର ସ୍ୱତନ୍ତ୍ର ଏଫଡି ସ୍କିମ ଅମୃତ କଳସ, ଆଇଡିବିଆଇ ବ୍ୟାଙ୍କର ସ୍ୱତନ୍ତ୍ର ଫିକ୍ସଡ ଡିପୋଜିଟ ସ୍କିମ ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ ବ୍ୟାଙ୍କର ଇଣ୍ଡ ସେଭର ନାମକ ଏଫଡି ଯୋଜନାରେ ବିନିଯୋଗ କରିପାରିବେ।

Get real time updates directly on you device, subscribe now.