fbpx

ଘର ବାହାରେ ଓଲଟା ଚପଲ ରଖୁଥିଲେ ସାବଧାନ ! ଘୋଟିଯିବ ଦରିଦ୍ରତା

ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ। ଏପରିକି ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଫଳରେ ଘରେ ଦରିଦ୍ରତା ଦେଖାଦେଇଥାଏ।

-ମାନ୍ୟତା ଅନୁଯାୟୀ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇଥାଏ। ଏପରି କଲେ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

-କୁହାଯାଏ ଘରେ ଓଲଟା ଚପଲ ଥିଲେ ଚିନ୍ତାର ବାତାବରଣ ରହିଥାଏ। ମାନ୍ୟତା ଅନୁଯାୟୀ, ଯେକୌଣସି ଘରେ ଜୋତାଚପଲ ଓଳଟା କିମ୍ବା ଏଣେତେଣେ ପଡି ରହିଥିଲେ, ଶନିଦେବ କ୍ରୋଧିତ ହୋଇଥାଆନ୍ତି। ଫଳରେ ପରିବାରରେ ସମସ୍ୟା ସହ ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ତେଣୁ ଜୋତା ଚପଲ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ।

– ଅନେକ ସମୟରେ ଜୋତା ଚପଲ ତଳ ଅଂଶରେ ମାଟି ସହ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ଲାଗି ଥିବା ଦେଖାଯାଏ। ଏହା ଓଲଟା ଅବସ୍ଥାରେ ରହିବା ଦ୍ୱାରା ଏହି ଅପରିଷ୍କାର ଜିନିଷ ଦେଖିଲେ ଦିନ ଯାକ ଭଲରେ ଅତିବାହିତ ହୋଇନଥାଏ। ମନ ଚିଡଚିଡା ହୋଇଥାଏ। ତେଣୁ ଏହାକୁ ସର୍ବଦା ସିଧା ରଖନ୍ତୁ।

– ଯେଉଁ ଘରେ ଜୋତା ଚପଲ ଓଲଟା ଥାଏ, ସେଠାରେ ବିନା କୌଣସି କାରଣରେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ରୋଜଗାର କଲେ ମଧ୍ୟ ସଞ୍ଚୟ ହୋଇ ପାରିନଥାଏ।

-କୁହାଯାଏ ଘର ବାହାରେ ଚପଲ ଓଲଟା ରଖିଲେ ଘରର ସଦସ୍ୟଙ୍କ ମନରେ ଖରାପ ପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ମୁତାବକ ଏହାଦ୍ୱାରା ପରିବାରର ସୁଖଶାନ୍ତିରେ ବହୁତ ବାଧା ସୃଷ୍ଟି ହୋଇଥାଏ।

Get real time updates directly on you device, subscribe now.