ସମୁଦ୍ରରୁ ମିଳିଲା ଅଦ୍ଭୁତ ମାଛ: ଡ୍ରାକୁଲା ଭଳି ରହିଛି ଦାନ୍ତ

ସମୁଦ୍ରରୁ ମିଳଲା ଅଦ୍ଭୁତ ମାଛ । ଅଦ୍ଭୁତ ଏଥିପାଇଁ କାରଣ ଏହା ଦେଖିବାକୁ ଡ୍ରାକୁଲା ଭଳି । ଏହି ମାଛ କାଲିଫର୍ଣ୍ଣଆରେ ଦେଖିବାକୁ ମଳିଛି । ଏହାର ପାଟିରେ ଡ୍ରାକୁଲା ଭଳି ବଡ଼ ବଡ଼ ଦୁଇଟି ଦାନ୍ତ ରହିଛି । ଏହାର ଲମ୍ବା ଶରୀର, ବଡ଼ ବଡ଼ ଆଖି ଏବଂ ଏହାର ଗାଲି ଯୋଗୁଁ ଏହା ଦେଖିବାକୁ ଭୟଙ୍କର ଜଣାପଡ଼ୁଛି । ଏହି ଅଦ୍ଭୁତ ମାଛଟି ଦେଖିବାକୁ ପ୍ରାୟ ୪ ଫୁଟ୍ ଲମ୍ବର । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଡେଲିଷ୍ଟାରର ରିପୋର୍ଟ ଅନୁଯାୟୀ, ଭର୍ଟେବ୍ରେଟ୍ ପ୍ରାଣୀ ବିଜ୍ଞାନ ସଂଗ୍ରହାଳୟର ଆଇଚଥୋଲୋଜିର କ୍ୟୁରେଟର ଖ୍ରୀଷ୍ଟୋଫର ମାର୍ଟିନ ଏହାକୁ ଲାନ୍ସେଟ ମାଛ ବୋଲି ଚିହ୍ନଟ କରିଛନ୍ତି । ଏହି ମାଛ ପ୍ରାୟ ୭ ଫୁଟ୍ ପର୍ଯ୍ୟନ୍ତ ବଢ଼ିପାରେ । ଏହା ବିଶ୍ୱର ପ୍ରାୟ ସବୁ ମହାସାଗରରେ ରହିବାରେ ସକ୍ଷମ । ଏହି ମାଛ ସମୁଦ୍ରରରେ ୩୫୦ ରୁ ୬୫୦୦ ଫୁଟ୍ ଗଭୀର ମଧ୍ୟରେ ରହିଥାନ୍ତି ।

ତେବେ ଏହି ମାଛ ସମୁଦ୍ରରେ ଏଭଳି ସ୍ଥାନରେ ରହିଥାନ୍ତି ଯେଉଁଠାରେ ମାତ୍ର ଅଳ୍ପ ପରିମାଣର ସୂର୍ଯ୍ୟାଲୋକ ପଡ଼ିଥାଏ । ଆଉ କମ ଆଲୋକ ଯୋଗୁଁ ଏମାନଙ୍କୁ ପାଣିରେ ଚିହ୍ନିବା ମୁସ୍କିଲ ହୋଇଯାଇଥାଏ । ଅନ୍ୟ ମାଛମାନେ ଏହାର ଚିକ୍ ଚିକ୍ କରୁଥିବା ଶରୀରକୁ ଦେଖି ଭ୍ରମିତ ହୋଇଥାନ୍ତି ଏବଂ ଏହାର ଶିକାର ହୋଇଥାଏ । ଲାନ୍ସେଟ ମାଛ ଶିକାରୀ କରିବାରେ ମଧ୍ୟ ବେଶ୍ ମାହିର୍ । ଏମାନେ ନିଜ ଖାଇଥିବା ଖାଦ୍ୟକୁ ଇଚ୍ଛା ଅନୁସାରେ ହଜମ କରିଥାନ୍ତି । ବେଳେବେଳେ ଏହି ମାଛ ଅନ୍ୟ ଛୋଟ ଲାନ୍ସେଟଫିସଙ୍କୁ ଖାଇଥାନ୍ତି ।