fbpx
BJD SKY
BJD SKY

କୋରାପୁଟରେ ଡବଲ ମର୍ଡର: ସାମାନ୍ୟ ବଚସାରୁ ୨ ଯୁବକଙ୍କୁ ନିର୍ମମ ହତ୍ୟା

BJD

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟରେ ଘଟିଛି ଅତି ଅଭାବନୀୟ ଘଟଣା, ଯେଉଁଠାରେ ସାମାନ୍ୟ ବଚସାରୁ ୨ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗାଁରେ ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ସାମାନ୍ୟ ବଚସା ଆରମ୍ଭ ହୋଇଥିଲା ମହାଭାରତ । ୨ ସାହି ମଧ୍ୟରେ ହୋଇଥିବା ବଚସା ଯୋଗୁଁ ଜୀବନ ହାରିଲେ ୨ ଯୁବକ । ଉତ୍ତେଜନା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.