fbpx
BJD
BJD SKY
BJD SKY

ଅଜବ ପରମ୍ପରା; ଜନ୍ମ ପୂର୍ବରୁ ମୃତ ଶିଶୁଙ୍କ ପାଇଁ ଶୋକ ପାଳନ !

ଓଡ଼ିଶା ଭାସ୍କର: ମାଆ ଓ ସନ୍ତାନର ସମ୍ପର୍କ ନିଆରା । ସନ୍ତାନ ପ୍ରତି ଥିବା ମାଆର ଭଲପାଇବାର ତୁଳନା ନାହିଁ । ଅନେକ ସମୟରେ ମିସକ୍ୟାରେଜ୍, ଗର୍ଭପାତ ବା ଅନ୍ୟ କୌଣସି କାରଣ ପାଇଁ ଜଣେ ମାଆ ଗର୍ଭରେ ଥିବା ସନ୍ତାନକୁ ହରାଇଥାଏ । ଜଣେ ମାଆ ପାଇଁ ସନ୍ତାନକୁ ହରାଇବାର ଦଃଖ ଶବ୍ଦରେ ପ୍ରକାଶ କରିହେବ ନାହିଁ । ତେଣୁ ଏହି ଦେଶରେ ଏପରି ଏକ ଅନୁଷ୍ଠାନ ଅଛି ଯାହା ଜନ୍ମ ହେବା ପୂର୍ବରୁ ଶିଶୁର ମୃତ୍ୟୁକୁ ନେଇ ଶୋକ ପାଳନ କରିଥାଏ । ଦୀର୍ଘ ଦିନରୁ ଏହି ପରମ୍ପରା ଚାଲି ଆସିଛି ।

ଜାପାନ ସ୍ଥିତ ମିଜୁକୋ କ୍ୟୁୟୋ(Mizuko Kuyo) ନାମକ ଏକ ଅନୁଷ୍ଠାନ ଏଭଳି ଏକ ନିଆରା ପରମ୍ପରାକୁ ବଜାୟ ରଖିଛି । ମିଜୁକୋ କ୍ୟୁୟୋ ଅର୍ଥାତ Water Child Memorial Service । amusingplanetର ଏକ ରିପୋର୍ଟ ଅନୁଯାୟୀ ଜାପାନରେ ଗର୍ଭପାତ, ମିସକ୍ୟାରେଜ୍ ଏବଂ ଅନ୍ୟ କୌଣସି କାରଣ ପାଇଁ ଅଜନ୍ମିତ ଶିଶୁର ମୃତ୍ୟୁର ଶୋକ ପାଳନ କରିବା ପାଇଁ ଏକ ପାରମ୍ପରିକ ବୌଦ୍ଧ ସମାରୋହ । ଏହି ପାରମ୍ପରିକ ସମାରୋହ ଜାପାନ ସ୍ଥିତ ମନ୍ଦିର କିମ୍ବା ଲୋକଙ୍କ ଘରେ ପାଳନ କରାଯାଇଥାଏ । ସେମାନେ ମାତା ପିତାଙ୍କୁ ଦେଇଥିବା ଯନ୍ତ୍ରଣା ପାଇଁ ଏପରି କରାହୁଏ । ଅପରପକ୍ଷରେ ମାତା ପିତା ଓ ଅନ୍ୟ ବନ୍ଧୁବାନ୍ଧବଙ୍କ ସହ ବ୍ୟକ୍ତି ବିଶେଷମାନେ ମଧ୍ୟ ଶୋକ ବ୍ୟକ୍ତ କରିଥାନ୍ତି ।

ଏଭଳି ପରମ୍ପରା ପାଳନ ପଛରେ କ’ଣ ରହିଛି କାରଣ ?

ବୌଦ୍ଧ ମାନ୍ୟତା ଅନୁଯାୟୀ ଯେଉଁ ଶିଶୁ ଜନ୍ମ ପୂର୍ବରୁ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ ସେ ସ୍ୱର୍ଗ ଯାଇପାରେ ନାହିଁ କାରଣ ସେହି ଶିଶୁକୁ କେବେ ଭଳ କର୍ମ ଅର୍ଜନ କରିବା ପାଇଁ ସୁଯୋଗ ମିଳିନଥାଏ । ଏଭଳି ଶିଶୁଙ୍କୁ Sanzu River ତଟ ନିକଟରେ Sai no kawara ନାମକ ଏକ ସ୍ଥାନରେ ମୂର୍ତ୍ତି ନିର୍ମାଣ କରି ସ୍ଥାପନା କରାଯାଇଥାଏ । ଏହି ମୂର୍ତ୍ତି ଗୁଡ଼ିକୁ Bodhisattva Jizo ପ୍ରତୀକ ଭାବେ ବିବେଚିତ କରାଯାଇଛି । ସେମାନଙ୍କୁ ନାଲି ପୋଷାକ ପିନ୍ଧା ଯାଏ । Bodhisattva Jizo ହେଉଛନ୍ତି ଜଣେ ଦେବତା ଯିଏକି ମୃତ ଭୃଣ ଏବଂ ଶିଶୁମାନଙ୍କୁ ପରଲୋକ ନେଇଥାନ୍ତି । ଏହି ଦେବତା ଶିଶୁଙ୍କ ଉପରେ ନଜର ରଖିଥାନ୍ତି ଏବଂ ରାକ୍ଷସମାନଙ୍କ କବଳରୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଏହା ସହ ନିଜ ସହ ସ୍ୱର୍ଗ ଯାତ୍ରା କରାଇଥାନ୍ତି । ସାରା ବିଶ୍ୱରେ ଜାପାନ, ଥାଇଲ୍ୟାଣ୍ଡ ଓ ଚୀନ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏପରି ପରମ୍ପରା ଦେଖିବାକୁ ମିଳେ ନାହିଁ ।

Get real time updates directly on you device, subscribe now.