-
World 113,717,932
WorldConfirmed: 113,717,932Active: 21,940,816Recovered: 89,254,613Death: 2,522,503 -
USA 29,060,600
USAConfirmed: 29,060,600Active: 9,102,193Recovered: 19,437,381Death: 521,026 -
India 11,077,957
IndiaConfirmed: 11,077,957Active: 160,631Recovered: 10,760,379Death: 156,947 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,163,085
UKConfirmed: 4,163,085Active: 1,313,204Recovered: 2,727,466Death: 122,415 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,430,285
GermanyConfirmed: 2,430,285Active: 124,420Recovered: 2,235,700Death: 70,165 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ମାଲକାନଗିରି/କାଲିମେଳା -୧୭/୦୧: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାର କାଲିମେଳା ସହରର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସେମାନେ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରେ ଧାରଣା ଦେଇଛନ୍ତି। ଫଳରେ ଉଭୟ ପଟେ ଯାନବାହାନ ଅଟକି ରହିଛି।
ଏହି ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ କରିଛି। ଏଥିରେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାମ ପଟ୍ଟନାୟକ, କାଲିମେଳା ବ୍ଲକ ଅଧକ୍ଷ ମାଲା ମାଢି, ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟଙ୍କ ସହ ଶତାଧିକ ଚାଷୀ ଯୋଗ ଦେଇଛନ୍ତି। ମାଣ୍ଡିରୁ ଧାନ ନ ଉଠିବା ଯାଏ ଧାରଣା ଜାରି ରହିବ ବୋଲି ପ୍ରଦୀପ ମାଝୀ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି। ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଧାନମଣ୍ଡି ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଧାନ ମଣ୍ଡି ବନ୍ଦ ହେବକଥା । କିନ୍ତୁ ଅଞ୍ଚଳ ର ଚାଷୀମାନେ ଯେଉଁ ଧାନ ଦେବାପାଇଁ ଟୋକନ ପାଇ ଧାନ ଦେଇ ପାରି ନାହାନ୍ତି ସେହି ଚାଷିମାନେ ଧାନ ନେଇ ବିକ୍ରି କରିବେ କେଉଁଠି ତାହା ଚାଷୀଙ୍କ ପାଇଁ ଏକ ପ୍ରସବାଚି ସୃଷ୍ଟି କରିଛି। ସେଥିପାଇଁ ଏହି ପ୍ରକାରର ସମସ୍ୟାର ସମାଧାନ କିଭଳି ହେବ ତାହା ଭାବି ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ କାଲିମେଳା ଠାରେ ପହଞ୍ଚି ଧାନ କିପରି ଉଠିବ ଆଲୋଚନା କରିଥିବା ଜଣାପଡିଛି। ଶେଷରେ ଉପଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଆସନ୍ତା ମଙ୍ଗଳବାର ଦିନ ମଣ୍ଡିରୁ ଧାନ ଉଠିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କଂଗ୍ରେସ ନେତା ପ୍ରଦୀପ ମାଝୀ ଏବଂ ଚାଷୀମାନେ କହିବକଥା ଏଇଆ କି ଜେ ଚାଷୀଙ୍କ ହଜାର ହଜାର ବସ୍ତା ଧନ ସରକାର ମଣ୍ଡିରେ ନ ନେବା ଯାଏଁ ଧାରଣ। ଚାଲୁ ରହିବ।
Comments are closed.