fbpx
BJD SKY
BJD SKY

ରେଡ୍ ମିଟ୍ ଯୋଗୁଁ ମଣିଷର ଶରୀରରେ କ୍ୟାନ୍ସର, ଷ୍ଟ୍ରୋକ, ହୃଦରୋଗ ଆଦିର ଆଶଙ୍କା ବଢ଼ୁଛି: ରିସର୍ଚ୍ଚ

BJD

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ମଣିଷ ପାଇଁ ରୋଗର କାରଣ ସାଜିଥାଏ । ଅନେକ ସମୟରେ ଏନେଇ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ଧୂମ୍ରପାନ, ରେଡ ମିଟ ଓ ସବଜିକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ମଣିଷର ସ୍ୱାସ୍ଥ୍ୟ ଉପରେ ଏହି ସବୁ ଖାଦ୍ୟର ପ୍ରଭାବ କିପରି ରହୁଛି ତା’ ଉପରେ ଅନୁଧ୍ୟାନ କରାଯାଇଥିଲା ।

ତେବେ ରିସର୍ଚ୍ଚ ମୁତାବକ, ଅନପ୍ରୋସେଡ ରେଡ ମିଟ କାରଣରୁ ଷ୍ଟ୍ରୋକ, ହୃଦ ରୋଗ, କ୍ୟାନସର ପରି ଅନେକ ପ୍ରକାରର ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଭାରତରେ ଅଣ ଶାକାହାରୀ ଲୋକମାନେ ରେଡ ମିଟକୁ ଅଧିକ ଭଲ ପାଆନ୍ତି । ଅନେକ ଲୋକ ରେଡ ମିଟକୁ ସେମାନଙ୍କର ଦୈନିକ ଡାଏଟରେ ମଧ୍ୟ ସାମିଲ କରିଥାନ୍ତି । ତେବେ ଏହାକୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ଖରାପ ବୋଲି କହିଥାନ୍ତି ।

ରେଡ ମିଟ ସ୍ତନ୍ୟପାୟୀ ପ୍ରାଣୀଙ୍କ ମାଂସକୁ କୁହାଯାଇଥାଏ । ସେହି ପ୍ରାଣୀଙ୍କ ମଧ୍ୟରେ ଗୋମାଂସ, ଘୁଷୁରୀ ଓ ମେଣ୍ଢା ଆଦି ସାମିଲ ରହିଥାନ୍ତି । ଏହି ମାଂସରେ ପ୍ରୋଟିନ, ଆଇରନ, ଜିଙ୍କ, ଭିଟାମିଟ-ଡି ଓ ଓମେଗା-୩ ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ଆମର ଶରୀର ବିକାଶ ପାଇଁ ବହୁତ ଜରୁରୀ । ରେଡ୍ ମିଟରେ ପର୍ଯ୍ୟାପ୍ତ ମାତ୍ରାରେ ଫ୍ୟାଟ ଓ କୋଲେଷ୍ଟରଲ ରହିଥାଏ, ଯାହାକି ବ୍ଲଡ ପ୍ରେସର, ହୃଦରୋଗ, ମୋଟାପା ପରି ଅନ୍ୟ ରୋଗର କାରଣ ସାଜିଥାଏ ।

ଆମେରିକାର ଏକ ରିସର୍ଚ୍ଚ ଟିମ୍ ଲକ୍ଷାଧିକ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରିଥିଲା । ଏହି ରିସର୍ଚ୍ଚ ମାଧ୍ୟମରେ ସେମାନେ ଅଲଗା ଅଲଗା ଲୋକଙ୍କର ଆଶଙ୍କାକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ନିୟମିତ ସବଜି ସେବନ କରିବା ଦ୍ୱାରା ଅନେକ ପୁରୁଣା ରୋଗର ହାର ହ୍ରାସ ପାଉଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.