fbpx

କାର୍ତ୍ତିକ ମାସରେ ମହଙ୍ଗା ମାଡ଼; ହୁଁ ହୁଁ ହେଇ ବଢୁଛି ପରିବା ଦର

ଭାସ୍କର ନ୍ୟୁଜ: ପରିବା ବଜାରରେ ଲାଗିଛି ନିଆଁ । ପଟ୍ଟାମୁଣ୍ଡାଇ ଲଗାତର ଭାବେ ବର୍ଷା ଲାଗି ରହିଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଛି ଆଉ ଯାହାର ପ୍ରଭାବ ସିଧାସଳଖ ପଡିଛି ପରିବା ବଜାର ଉପରେ ।ପଟ୍ଟାମୁଣ୍ଡାଇ ସମେତ ବିଭିନ୍ନ ସ୍ଥାନରେ ପରିବା ଦର ଏବେ ଆକାଶ ଛୁଆଁ ହୋଇଛି । କେବଳ ଆଳୁ ପିଆଜକୁ ଛାଡିଦେଲେ ଆଉ ସବୁ ପରିବା ଦର ୫୦ ପାର ହୋଇଛି । ବିନ୍ସ ସର୍ବାଧିକ ୧୪୦ଟଙ୍କା କିଲୋ ଥିବା ବେଳେ । ବାଇଗଣ ୭୦ ,ଭେଣ୍ଡି ୬୦, କୋବି ୮୦, ପୋଟଳ ୫୦, ଟମାଟୋ୫୦ ଅଛି ।

ଯାହା ଫଳରେ ଖାଉଟିଙ୍କ ପକେଟ ଉପରେ ସିଧାସଳଖ ଏହାର ପ୍ରଭାବ ପଡୁଛି । ଏବେ କାର୍ତ୍ତିକ ମାସ ଚାଲିଥିବା ବେଳେ ଗାଁ ଗହଳିର ଲୋକ ମାନେ ପରିବା ଦର ବଢ଼ିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଲଗାତର ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଦଶହରାରେ ଲଗାତାର ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇଛି ଏବଂ ବାହାରୁ ପନିପରିବା ଆସୁନଥିବାରୁ ପରିବା ଦର ବଢୁଥିବା କହିଛନ୍ତି ବ୍ୟବସାୟୀ । ବର୍ଷା ଯୋଗୁ ପରିବା ଚାଷୀ ବି ହତାଶ ହୋଇ ପଡ଼ିଛି । ଚାଷୀର ପରିବା କିଆରୀ ବର୍ଷା ଯୋଗୁ ନଷ୍ଟ ହୋଇ ଯାଇଛି । ପରିବା ଦର ବଢିବା ହେତୁ ଜନସାଧାରଣ ନାହିଁ ନ ଥିବାର ଅସୁବିଧାର ଭୋଗୁଛନ୍ତି ।

Get real time updates directly on you device, subscribe now.