fbpx

(Video) ସନ୍ନ୍ୟାସ ପାଇଁ ଘୋଷଣା କରିଦେଲେ ଷ୍ଟାର ଖେଳାଳି: ସିରିଜ ପରେ କ୍ରିକେଟରୁ ନେବେ ବିଦାୟ

ନୂଆଦିଲ୍ଲୀ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ସିରିଜ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ୍ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ସିରିଜର ପଞ୍ଚମ ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚ ପରେ କ୍ରିକେଟରୁ ଅବସର ନେବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତେବେ ଏହାପରେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ କ୍ରିକେଟରୁ ବିଦାୟ ନେବାର ଘୋଷଣା କରିଛନ୍ତି । ତେବେ ତାଙ୍କ କ୍ରିକେଟ ଜୀବନର ଏହି ଶେଷ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଛି ।

କ୍ରିକେଟରେ ନିଜର ଶେଷ ମ୍ୟାଚ ଖେଳିବା ପାଇଁ ଆଜି ମଇଦାନକୁ ଓହ୍ଲାଇଛନ୍ତି ଷ୍ଟୁଆର୍ଟ ବ୍ରଡ । ଏହି ଭେଟେରାନ୍ କ୍ରିକେଟରଙ୍କୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ତାଙ୍କୁ ମ୍ୟାଚର ଚତୁର୍ଥ ଗାର୍ଡ ଅଫ ଅନର ପ୍ରଦାନ କରିଛି । ଗତକାଲି କ୍ରିକେଟରୁ ବିଦାୟ ନେଇ ଘୋଷଣା କରିଥିଲେ ଇଂଲଣ୍ଡର ଏହି ଷ୍ଟାର ବୋଲର । ୩୭ ବର୍ଷ ବୟସରେ ବ୍ରଡ ନିଜର ୧୬୭ତମ ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ମ୍ୟାଚର ପ୍ରଥମ ଇନିଂସରେ ବ୍ରଡ ଅଷ୍ଟ୍ରେଲିଆର ୨ ଜଣ ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି । ଏହି ୱିକେଟ ସହ ବ୍ରଡ ଟେଷ୍ଟ କ୍ୟାରିୟରର ୬୦୨ ୱିକେଟ ହାସଲ କରିଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ ହାସଲ କରିବାରେ ସେ ଇଂଲଣ୍ଡର ଦ୍ୱିତୀୟ ବୋଲର ହୋଇଥିବା ବେଳେ ପ୍ରଥମ ସ୍ଥାନରେ ସାଥୀ ଖେଳାଳି ଜେମ୍ସ ଆଣ୍ଡରସନ ରହିଛନ୍ତି । ତେବେ ବ୍ରଡ ଇଂଲଣ୍ଡ ପାଇଁ ପ୍ରତ୍ୟେକ ଫର୍ମାଟରେ ଜଣେ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।

୨୦୦୬ ମସିହାରେ କ୍ରିକେଟ ଜଗତରେ ଡେବ୍ୟୁ କରିଥିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି । ତେବେ ୨୦୦୭ ଟି-୨୦ ବିଶ୍ୱକପରେ ଷ୍ଟୁଆର୍ଟ ବ୍ରଡଙ୍କ ବୋଲିଂ କ୍ୟାରିୟର ଉପରେ ଏକ କଳା ଦାଗ ଲଗାଇ ଦେଇଥିଲେ ଟିମ ଇଣ୍ଡିଆର ଷ୍ୟାର ପ୍ଲେୟର ଯୁବରାଜ ସିଂହ । ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକାଲଗାଇ ସେ ତାଙ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରି ଦେଇଥିଲେ । ତେବେ ଏହି ମ୍ୟାଚ ପରେ ସେ ଇଂଲଣ୍ଡ ପାଇଁ ଅନେକ ଦମଦାର ସ୍ପେଲ ପକାଇଛନ୍ତି । ତେବେ କ୍ରିକେଟରୁ ବିଦାୟ ନେବା ବେଳେ ବ୍ରଡଙ୍କ ନାମରେ କେବଳ ଟେଷ୍ଟ ମ୍ୟାଚରେ ହିଁ ୬୦୦ରୁ ଅଧିକ ୱିକେଟ ରେକର୍ଡ ହୋଇଛି । ଏହାବ୍ୟତୀତ ୧୨୧ ଦିନିକିଆରୁ ୧୭୮ଟି ୱିକେଟ ହାସଲ କରିଥିବା ବେଳେ ୫୬ଟି ଟି-୨୦ ମ୍ୟାଚରୁ ୬୫ଟି ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.