କାରରେ ଆସି ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ କିଡନାପ କରିନେଲା ଯୁବକ

ପୁଣି ଯାଜପୁରରେ ଅପରାଧ, ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ।

ଯାଜପୁର: ପୁଣି ଯାଜପୁରରେ ଅପରାଧ। ଦିନକୁ ଦିନ ଯାଜପୁର ଜିଲ୍ଲାରେ ଅପରାଧ ବଢ଼ିବାରେ ଲାଗିଛି। କେତେବେଳେ ନାବାଳିକାକୁ ଗଣଦୁଷ୍କର୍ମର ଅଭିଯୋଗ ଆସୁଛି ତ ଆଉ କେତେବେଳେ ହତ୍ୟା।

ଠିକ୍ ସେହିପରି ଏବେ ପୁଣି ଯାଜପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍କୁଲ ବସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବ୍ୟାସନଗରର ଏକ ଘରୋଇ ସ୍କୁଲ ସାମ୍ନାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି।

ଅଭିଯୁକ୍ତ ପୂର୍ବରୁ ପ୍ଲାନ୍ କରି କାର୍ ଯୋଗେ ଆସି ସ୍କୁଲ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରିନେଇଥିଲା। ହେଲେ ସୌଭାଗ୍ୟ ବଶତଃ ଅଭିଯୁକ୍ତ ଛାତ୍ରୀଙ୍କୁ ନେଇ ବେଶୀ ଦୂର ଯିବା ପୂର୍ବରୁ ସାପଗଡ଼ିଆରୁ କାର୍ ସହ ଝିଅକୁ ଉଦ୍ଧାର କରାଯାଇଥିଲା। ଏବେ ଅପହରଣକାରୀ ଯୁବକକୁ ଅଟକ ରଖାଯାଇଛି।