fbpx

ଆପଲ୍ ଫୋନକୁ ସଜାଡିବାକୁ ଦେଇଥିଲେ ଛାତ୍ରୀ, ହେଲେ ଟେକ୍ନିସିଆନ୍ ମାନେ ଭାଇରାଲ୍ କରିଦେଲେ ତାଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ

Advertisement

ନୂଆଦିଲ୍ଲୀ: ସଜାଡିବା ପାଇଁ ଦିଆଯାଇଥିବା ଆପଲ୍ ଫୋନରୁ ଲିକ୍ ହୋଇଗଲା ବିଦ୍ୟାର୍ଥୀଙ୍କ ଅଶ୍ଲୀଳ ଫାଟୋ ଏବଂ ଭିଡିଓ । ଏବେ ଏହି ମାମଲାରେ ଜୋରିମାନା ଦେବ ଆପଲ୍ କମ୍ପାନୀ । ତେବେ ଏପରି ଏକ ଘଟଣା କାର୍ଲିଫର୍ଣ୍ଣିଆରେ ଘଟିଛି । ଜଣେ ବିଦ୍ୟାର୍ଥୀ ନିଜର ଆପଲ୍ ଫୋନ୍ କୁ ରିପାୟାରିଂ ଫାସିଲିଟି ଦ୍ୱାରା ସଜାଡିବା ପାଇଁ ଦେଇଥିବା ବେଳେ ସେଠାରେ ଥିବା ଟେକ୍ନିସିଆନ୍ ମାନେ ମୋବାଇଲ୍ ରେ ଥିବା କିଛି ଅଶ୍ଲୀଳ ଫଟୋ ଏବଂ ଭିଡିଓକୁ ଉକ୍ତ ବିଦ୍ୟାର୍ଥୀଙ୍କ ଫେସବୁକ୍ ରେ ଅପଲୋଡ୍ କରି ଦେଇଥିଲେ । ଯାହାପରେ ଏବେ ଆପଲ୍ କମ୍ପାନୀ ପକ୍ଷରୁ ଜୋରିମାନା ଭରିବାକୁ ପଡିବ ।

ଆପଲ୍ ତରଫରୁ ୨୦୨୬ ରେ ପ୍ରାଇଭେସିର ଉଲଂଘନ କରାଯାଇଥିଲା । ଯେତେବେଳେ ଓରେଗନ୍ ର ଏକ ୟୁନିଭର୍ସିଟିର ବିଦ୍ୟାର୍ଥୀ ନିଜର ଫୋନ୍ ସଜାଡିବାକୁ ଆପଲ୍ କୁ ପଠାଇଥିଲେ । ଯେମିତି ହିଁ ଫୋନ୍ ଠିକ୍ କରାଯାଇଥିଲା ଦୁଇଜର ଟେକ୍ନିସିଆନ୍ ଫୋନ୍ ରେ ଥିବା ୧୦ଟି ବିନା ପୋଷାକର ଫଟୋ ଏବଂ ଗୋଟିଏ ଅଶ୍ଳୀଳ ଭିଡିଓକୁ ଫେସବୁକ୍ ରେ ସେୟାର୍ କରି ଦେଇଥିଲେ । ଏହା ସେତେବେଳେ ଜଣାପଡିଥିଲା ଯେତେବେଳେ ଉକ୍ତ ବିଦ୍ୟାର୍ଥୀଙ୍କ ସାଙ୍ଗ ତାଙ୍କୁ କହିଥିଲେ ସେତେବେଳେ ତୁରନ୍ତ ଭିଡିଓକୁ ଡିଲିଟ୍ କରାଯାଇଥିଲା ।

ତେବେ ଏନେଇ କମ୍ପାନୀ ତରଫରୁ କେତେ ଟଙ୍କା ଜୋରିମାନା ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଫଟୋ ଭାଇରାଲ୍ କରିଥିବା ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି ।

Get real time updates directly on you device, subscribe now.