fbpx

ପାକିସ୍ତାନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗତ ସୋମବାର ଦିନ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଘଟଣାକୁ ନେଇ ତୁରନ୍ତ ଯାଞ୍ଚ କରିବାକୁ ବରୋଧୀ ଦଳ ଦାବି କରିଛନ୍ତି । ଏବେବି ୧୦୦ରୁ ଅଧିକ ଲୋକେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହା ପୂର୍ବରୁ ସିନ୍ଧ ସରକାର ଦୁର୍ଘଟଣାରେ ୫୦ ଲୋକଙ୍କ ମୃତ୍ୟୁ ଓ ୭୦ରୁ ଅଧିକ ଲୋକେ ଗୁରୁତର ହୋଇଥିବା ଖବର ଦେଇଥିଲେ ।

ତେବେ କରୋନା କାଳରେ ଗତକାଲି ପାକିସ୍ତାନରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ସଂଘଟିତ ହୋଇଥିବା ଜଣାପଡ଼ିଥିଲା । ସୂଚନା ମୁତାବକ, ରାତ୍ରି ପ୍ରାୟ ୩ଟା ୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ଏକ୍ସପ୍ରେସର ୮ଟି ବଗି ନିୟନ୍ତ୍ରଣ ହରାଇ ଅନ୍ୟ ଟ୍ରାକରେ ପଶିଯାଇଥିଲା । ଫଳରେ ସାମ୍ନା ପଟରୁ ଆସୁଥିବା ଅନ୍ୟ ଏକ୍ସପ୍ରେସକୁ ଏହା ଧକ୍କା ଦେଇଥିଲା । ୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଦୁର୍ଘଟଣା ସ୍ଥଳରେ କେହି ପହଞ୍ଚି ନଥିଲେ । ପରେ ଟ୍ରାକ୍ଟର ଓ ଟ୍ରଲି ଦ୍ୱାରା ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.