fbpx

6000 mAh ବ୍ୟାଟେରୀ ସହ ଲଞ୍ଚ ହେଲା Realme C25s

ନୂଆଦିଲ୍ଲୀ: Realmeର ନୂତନ ଫୋନ Realme C25s ଭାରତରେ ଲଞ୍ଚ ହୋଇଛି । ଏହା ଦେଶରେ କମ୍ପାନୀର ନୂଆ ବଜେଟ ଫୋନ । C25s ଭାରତରେ ଏପ୍ରିଲରେ ଲଞ୍ଚ ହୋଇଥିବା C25 ମଡେଲର ଅପଗ୍ରେଡ ମଡେଲ । ଏହି ଦୁଇ ମଡେଲରେ କେବଳ ପ୍ରୋସେସରକୁ ଛାଡି ବିଶେଷ ଫରକ ଦେଖିବାକୁ ମିଳିବନାହିଁ ।

ଏଭଳି ରହିଛି ଏହାର ଫିଚର୍ସ:

ଏହି ସ୍ମାର୍ଟଫୋନ Android 11 ଦ୍ୱାରା ପରିଚାଳିତ । ଏଥିରେ Realme UI 2.0  ଦେଖିବାକୁ ମିଳିବ । ଫୋନରେ 570 nitsର ବ୍ରାଇଟନେସ ରହିଛି । ଏହା ସହ ଏଥିରେ 6.5 inchର  HD+ (720×1600)ର ଏଲସିଡି ମଲ୍ଟି-ଟଚ ଡିସପ୍ଲେ ଦେଖିବାକୁ ମିଳିବ । Realmeର ଏହି ନୂତନ ସ୍ମାର୍ଟଫୋନରେ 4 GB RAM ଏବଂ 128 GB ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ସହିତ MediaTek Helio G85 ପ୍ରୋସେସର ଦିଆଯାଇଛି ।  ମେମୋରୀ କାର୍ଡ ଦ୍ୱାରା ଏହାକୁ 256 GB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫଟୋଗ୍ରାଫୀ ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମରା ସେଟଅପ ରହିଛି । ଏହାର ପ୍ରାଇମେରୀ କ୍ୟାମରା 13 MPର ରହିଛି । ଏହା ସହ 2 MP ର ବ୍ଲାକ ଆଣ୍ଡ ହ୍ୱାଇଟ ସେନ୍ସର ଏବଂ 2 MP ର ମାକ୍ରୋ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏହି ସ୍ମାର୍ଟଫୋନରେ 8 MPର କ୍ୟାମେରା ରହିଛି । Realme C25sରେ 6000 mAhର ବ୍ୟାଟେରୀ ସହ 18Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି । ଫୋନର ପଛପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି ।

ଭାରତରେ Realme C25sର 4 GB+64 GB ଭ୍ୟାରିଏଣ୍ଟର ଦାମ 9,999 ଟଙ୍କା ରହିଛି ଏବଂ 4 GB+128 GB ଭ୍ୟାରିଏଣ୍ଟର ଦାମ 10,999 ଟଙ୍କା ରହିଛି । ଗ୍ରାହକ ଏହାକୁ ୱାଟରୀ ବ୍ଳୁ ଏବଂ ୱାଟରୀ ଗ୍ରେ କଲରରେ କିଣିପାରିବେ । ଏହାର ବିକ୍ରି ୯ ଜୁନରୁ ଆରମ୍ଭ ହେବାକୁଯାଉଛି । ଗ୍ରାହକ ଏହାକୁ ରିୟଲମିର ଅଫିସିଆଲ ୱେବସାଇଟ ଏବଂ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ ।

Get real time updates directly on you device, subscribe now.