fbpx

ଟିଏମସି ସାଂସଦ ନୁସରତ ଜହାଁ ୬ ମାସର ଗର୍ଭବତୀ , କିନ୍ତୁ ସ୍ୱାମୀ କହିଲେ – ଏ ପିଲା ମୋର ନୁହେଁ…

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ନୁସରତ ଜହାଁଙ୍କ ବିଷୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ଟିଏମସି ସାଂସଦ ନୁସରତ ଗର୍ଭବତୀ ଥିବା ବେଳେ ସେ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ ଅଭିନେତ୍ରୀ ବା ତାଙ୍କ ଟିମ୍ ପକ୍ଷରୁ କିଛି ବୟାନ ଦିଆଯାଇନାହିଁ ।

ମିଡିଆ ରିପୋର୍ଟ ହିସାବରେ, ନୁସରତ ୬ ମାସ ହେବ ଗର୍ଭବତୀ ଅଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି କି, ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କୁ ଏସମ୍ପର୍କରେ କିଛି ଜଣା ନାହିିଁ । ନୁସରତଙ୍କ ସ୍ୱାମୀ ନିଖିଲ କହିଛନ୍ତି କି, ସେମାନଙ୍କ ବିବାହ ଭାଙ୍ଗିବା ଉପରେ ରହିଛି । ଦୁହେଁ ୬ ମାସ ହେବ ଏକାଠି ନ ଥିବା ବେଳେ ସେମାନଙ୍କ ପିଲା କିପରି ହେବ ବୋଲି ସେ କହିଛନ୍ତି । ଏହା ସହ ନିଖିଲ କହିଛନ୍ତି ଯେ, ନୁସରତ ଓ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।

ନୁସରତ ୨୦୧୯ ମସିହା ଜୁନ୍ ୧୯ ତାରିଖରେ ନିଖିଲଙ୍କୁ ବିବାହ କରିଥିଲେ । ଦୁହେଁ ଇସଲାମ, ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ଧର୍ମର ପରମ୍ପରା ଅନୁସାରେ ବିବାହ କରିଥିଲେ । ହେଲେ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ନଥିଲା ଓ ଗୋଟିଏ ବର୍ଷ ପରେ ସେମାନଙ୍କ ମଧ୍ୟରେ ଝଗଡା ହେବାର ଖବର ସାମ୍ନା ଆସିଥିଲା ।

ତେବେ ଗତ କିଛି ମାସ ଧରି ନୁସରତଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଯଦିଓ ସେ ତାଙ୍କ ସ୍ୱାମୀ ନିଖିଲଙ୍କଠାରୁ ଆଇନଗତ ଭାବେ ଅଲଗା ହୋଇନାହାଁନ୍ତି, ତଥାପି ସେମାନେ ଅନେକ ମାସ ଧରି ଅଲଗା ରହୁଛନ୍ତିି । ନିଖିଲ କହିଛନ୍ତି ଯେ ମୁଁ ଏ ବିଷୟରେ କିଛି ଜାଣି ନାହିଁ । ଦୀର୍ଘ ଦିନ ଧରି ତାଙ୍କ ସହିତ ମୋର କୌଣସି ସମ୍ପର୍କ ନଥିଲା । ଏହା ସ୍ପଷ୍ଟ ଯେ ଏହି ପିଲା ମୋର ନୁହେଁ ।

ଅନ୍ୟପଟେ ଗତ କିଛି ଦିନ ହେବ ବିଜେପି ପ୍ରାର୍ଥୀ ଯଶ ଦାସଗୁପ୍ତାଙ୍କ ସହ ନୁସରାତଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଦୁହେଁ ଏହି ରିପୋର୍ଟକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

Get real time updates directly on you device, subscribe now.