fbpx

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ମିଳିବ ୱାଇଫାଇ ସେବା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ । ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏବେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ୱାଇଫାଇ ସହ ଏକ ଜିବି ଡାଟା ସୁବିଧା ଯୋଗାଇ ଦିଆଯିବ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ଉପଭୋଗ କରିପାରିବେ । ଚଳିତ ବର୍ଷର ଆଗାମୀ ପାଠ୍ୟକ୍ରମ ସମୟୁ ଏହି ନିୟମକୁ ଲାଗୁ କରାଯିବ । ଡାଟା ଯୋଗାଇବାକୁ ଆଇଟି ବିବାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିକାଲି କଲେଜର ଛାତ୍ରଛାତ୍ରୀ, ସେମାନଙ୍କ ପାଠ୍ୟକ୍ରମରେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗର ଏକ ସମୀକ୍ଷା ବୈଠକ ବସିଥିଲା । ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.