fbpx

କୋଭିଡ୍ ଯୋଗୁଁ ଶିଶୁମାନଙ୍କ ଅନ୍ତନଳୀରେ କମ୍ ହେଲେ ବ୍ୟାକ୍ଟେରିଆ: ଷ୍ଟଡୀରେ ଆଶ୍ଚର୍ଯ୍ୟଜନକ ଖୁଲାସା

ବୈଜ୍ଞାନିକମାନଙ୍କର ଏକ ଟିମ୍ ଦାବି କରିଛନ୍ତି ଯେ, ଯେଉଁ ଶିଶୁମାନେ ଜନ୍ମ ପରେ ପ୍ରଥମ ବର୍ଷ କୋଭିଡ -୧୯ ମହାମାରୀ ସମୟରେ ବିତାଇଛନ୍ତି, ସେମାନଙ୍କ ଅନ୍ତନଳୀରେ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ତୁଳନାରେ କମ୍ ବ୍ୟାକ୍ଟେରିଆ ଥିବା ଜଣାପଡିଛି । ‘ସାଇଣ୍ଟିଫିକ୍ ରିପୋର୍ଟ’ରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ, ମହାମାରୀ ସମୟରେ ଯେଉଁ ଶିଶୁମାନଙ୍କର ନମୁନା ନିଆଯାଇଥିଲା, ସେମାନଙ୍କ ଅନ୍ତନଳୀରେ ମାଇକ୍ରୋବାୟୋମର ଆଲଫା ବିବିଧତା କମ୍ ଥିଲା, ଅର୍ଥାତ୍ ଅନ୍ତନଳୀରେ କମ୍ ବ୍ୟାକ୍ଟେରିଆ ଥିଲେ ।

ମିଳିଲା କମ୍ ବ୍ୟାକ୍ଟେରିଆ :-
ଶିଶୁମାନଙ୍କର ପେଷ୍ଟେରେଲାସିୟା ଏବଂ ହେମୋଫିଲସ୍ ଜୀବାଣୁ କମ୍ ଥିଲା, ଯାହା ମଣିଷ ମଧ୍ୟରେ ରହିଥାଏ ଏବଂ ବିଭିନ୍ନ ସଂକ୍ରମଣର କାରଣ ହୋଇପାରେ । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ସେମାନଙ୍କ ଅଧ୍ୟୟନରେ କହିଛନ୍ତି ଯେ, କୋଭିଡ -୧୯ ମହାମାରୀ ଯୋଗୁଁ ଏହି ପରିବର୍ତ୍ତନ ଘଟିଛି । ସାମାଜିକ ପରିବର୍ତ୍ତନ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ଏହି ପରିବର୍ତ୍ତନଗୁଡିକର କାରଣଗୁଡିକ ସମ୍ଭବତଃ ଘରେ ଅଧିକ ସମୟ ବିତାଇବା, ଚିକିତ୍ସାରେ ଅନ୍ୟ ପିଲାମାନଙ୍କଠାରୁ ଅଲଗା ରହିବା, ପରିଷ୍କାର ପରିଚ୍ଛନ୍ନତା, ଉତ୍ତମ ପରିବେଶ, ଉତ୍ତମ ଖାଦ୍ୟ, ସ୍ତନ୍ୟପାନ ଏବଂ ଉପଯୁକ୍ତ ଦେଖାଶୁଣା ହୋଇପାରେ ।

ଝାଡାରୁ ନିଆଯାଇଥିଲା ନମୁନା-
ଅଧ୍ୟୟନ ପାଇଁ ଏହି ଟିମ୍ ନ୍ୟୁୟର୍କ ସହରରେ ରହୁଥିବା ୧୨ ମାସର ଶିଶୁମାନଙ୍କର ଦୁଇଟି ସାମାଜିକ, ଅର୍ଥନୈତିକ ଏବଂ ଜାତିଗତ ବିବିଧ ଗୋଷ୍ଠୀର ଝାଡା ନମୁନା ତୁଳନା କରିଥିଲେ । ଏଥିମଧ୍ୟରେ ମହାମାରୀ ପୂର୍ବରୁ ୩୪ ଶିଶୁଙ୍କ ନମୁନାକୁ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ୨୦ ଶିଶୁଙ୍କ ସହ ତୁଳନା କରାଯାଇଥିଲା ।

Get real time updates directly on you device, subscribe now.