fbpx

ମଝି ଆକାଶରୁ ଫେରିଲା ବିମାନ : ଇଣ୍ଡିଗୋ ୬E ୨୦୬୫ର ଜରୁରୀ ଅବତରଣ

ଭୁବନେଶ୍ୱର : ଭୁବନେଶ୍ୱର-ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ବିମାନ ଇଣ୍ଡିଗୋ ୬E ୨୦୬୫ର ଜରୁରୀ ଅବତରଣ । ଉଡ଼ାଣର କିଛି ସମୟ ପରେ ମଝି ଆକାଶରେ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଏନେଇ ମଝି ଆକାଶରୁ ବିମାନଟି ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରିଛି । ବର୍ତ୍ତମାନ DGCAଙ୍କ ଅନୁମତିର ଅପେକ୍ଷା । DGCA ଅନୁମତି ପ୍ରଦାନ କରିବା ପରେ ବିମାନଟି ପୁଣି ଉଡାଣ ଭରିବ ବୋଲି ନିର୍ଦ୍ଦେଶକ କହିଛନ୍ତି । ବିମାନ ଉଡ଼ାଣର ୨୫ ମିନିଟ ପରେ ବିମାନର ବାମ ପାର୍ଶ୍ୱ ଇଂଜିନରେ ସମସ୍ୟା ଥିବାର ଜଣାପଡିଥିଲା । ତେଣୁ ଚାଳକ ବିମାନଟିକୁ ବିମାନବନ୍ଦରକୁ ଫେରାଇଆଣିଥିଲେ ।

Get real time updates directly on you device, subscribe now.