fbpx
BSKY SKY
BSKY SKY

ଟିକାକରଣ ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ଦାବି: ସର୍ଭେରୁ ଆସିଲା ତଥ୍ୟ

BSKY

ନୂଆଦିଲ୍ଲୀ,୧୬ ।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ବେଶି ପ୍ରଭାବଶାଳୀ । ଏକ ଅଧ୍ୟୟନରେ ପାଖାପାଖି ୪୮ ପ୍ରତିଶତ ଲୋକ ଦାବି କରିଛନ୍ତି ଯେ, ଟିକାକରଣ ପୂର୍ବରୁ କରୋନା ଟେଷ୍ଟକୁ ସରକାର ବାଧ୍ୟତାମୂଳକ କରିବା ଉଚିତ୍ । କେବଳ ୨୭ ପ୍ରତିଶତ ଲୋକେ ଟେଷ୍ଟ କରିବାକୁ ମନା କରିଛନ୍ତି ।

କିଛି ଡାକ୍ତରଙ୍କ କହିବା ମୁତାବକ, ବିନା ଲକ୍ଷଣ ଥିବା ଲୋକଙ୍କୁ ଟିକା ଲଗାଇବାରେ କୌଣସି ପ୍ରଭାବ ପଡିବନାହିଁ । କିନ୍ତୁ ଯେଉଁ ଲୋକମାନେ ଟିକାକରଣ ପାଇଁ ଯାଉଛନ୍ତି, ସେମାନେ କରୋନା ପ୍ରୋଟୋକଲକୁ ଅନୁସରଣ କରିବାକୁ କୁହାଯାଇଛି । ବିନା ଲକ୍ଷଣ ଥିବା ରୋଗୀ କରୋନା ଭାଇରସକୁ ଟିକାକରଣ ସେଣ୍ଟରରେ ବିସ୍ତାର କରିପାରିବେ ନାହିଁ ।

ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରଗୁଡିକ ପରାମର୍ଶ ଦେଇଛନ୍ତି ଯେ, ଯେଉଁମାନେ SARS-CoV-2 ଦ୍ୱାରା ସଂକ୍ରମଣ ଅଛନ୍ତି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଟିକାକରଣକୁ ସ୍ଥଗିତ ରଖିବା ଉଚିତ୍ । ଆଇସୋଲେସନରୁ ବାହାରିବା ପରେ ଟିକାକରଣ କରିବାକୁ କୁହାଯାଇଛି ।

ଏନଟିଏଜିଆଇ ଦ୍ୱାରା କୁହାଯାଇଛି ଯେ, ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନେ ୬ ମାସ ପରେ ଟିକାକରଣ କରିବା ଉଚିତ୍ । ଏହି ମାମଲାରେ ଲୋକମାନଙ୍କୁ ସେମାନଙ୍କର ରାୟ ପଚରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଟିକାକରଣ ପୂର୍ବରୁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରିବାକୁ କହିଛନ୍ତି । ଏହି ସର୍ଭେ ଭାରତର ୨୭୮ ଜିଲ୍ଲାର ୧୬,୦୦୦ ଲୋକଙ୍କ ଉପରେ କରାଯାଇଥିଲା ।

Get real time updates directly on you device, subscribe now.