fbpx

କରୋନାରୁ ସୁସ୍ଥ ହେଲେ ଆଉ ଜଣେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଭାରତରେ ମହାମାରୀର ଭୟାବହ ଦ୍ୱିତୀୟ ଲହର ମଧ୍ୟରେ ଅନେକ ମାରାତ୍ମକ କରୋନା ଭାଇରସକୁ ନେଇ ଚିନ୍ତିତ ଥିବାବେଳେ, ଏଭଳି ପରିସ୍ଥିତିରେ ଆସିଛି ଏକ ଖୁସି ଖବର  । କରୋନାକୁ ହରାଇଛନ୍ତି ଜଣେ ୯୦ ବର୍ଷୀୟ ବୃଦ୍ଧା ।

୯୮ ବର୍ଷ ବୟସ୍କ ବାଉରୀ ସାହୁ କୋଭିଡ୍ ହସ୍ପିଟାଲରେ ପ୍ରାୟ ଦୁଇସପ୍ତାହ ଧରି କରୋନା  ବିରୁଦ୍ଧରେ ଲଢେଇ କରିଥିଲେ ଏବଂ ଏହି ଯୁଦ୍ଧରେ ମଧ୍ୟ ଜିତିଥିଲେ । ।

ତିନି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମାମଲା  । ପୂର୍ବରୁ ୯୮ ବର୍ଷିୟ ଅନ୍ନପୂର୍ଣ୍ଣା ବିଶ୍ୱାଳ କୋଭିଡ ଯୁଦ୍ଧରେ ଜିତି ଘରକୁ ଫେରିଥଲେ  ।

କୋଭିଡ ପଜିଟିଭ୍ ପରୀକ୍ଷା କରିବା ପରେ ବାଉରୀ ସାହୁଙ୍କୁ ମେ ୩ ରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ସେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ଏବଂ ରବିବାର ଦିନ ଘରକୁ ଫେରିଛନ୍ତି।

ଡାକ୍ତର, ନର୍ସ ଏବଂ ପାରା-ମେଡିକାଲ ଷ୍ଟାଫମାନେ ତାଙ୍କ ମା’ଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ ବୋଲି କହିଛନ୍ତି ବୃଦ୍ଧାଙ୍କ ପୁଅ ବିସି ସାହୁ  ।

Get real time updates directly on you device, subscribe now.